Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିରି ଗୋବର୍ଦ୍ଧନ ଜଙ୍ଗଲ ରେ ନିଆଁ, ବ୍ୟାପକ ଜଙ୍ଗଲ ନଷ୍ଟ,ଆୟତ୍ତ କଲେ ଅଗ୍ନିଶମ ଓ ଯୁବକ ସଙ୍ଘ ।

କଳାହାଣ୍ଡି:୧୦/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ କାଉଡୋଳା ଗ୍ରାମ କୁ ଲାଗି ରହିଥିବା ଗିରି ଗୋବର୍ଦ୍ଧନ ଜଙ୍ଗଲ ରେ ଆଜି କୌଣସି କାରଣରୁ ନିଆଁ ହଠାତ ଜଙ୍ଗଲ ସାରା ଲାଗି ବ୍ୟାପି ଯାଇଥିଲା।ଏହାଦେଖି ସ୍ଥାନୀୟ ଯୁବକ ସଙ୍ଘ ପକ୍ଷରୁ ଆମପାଣି ଫରେଷ୍ଟ ସମେତ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ତେବେ ଖବର ମିଳିବା ପରେ କୋକସରା ବ୍ଲକ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ କୁମାର ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ପହଞ୍ଚି ଜଙ୍ଗଲ ରେ ଲାଗିଥିବା ନିଆଁ କୁ ସ୍ଥାନୀୟ ଯୁବକ ସଙ୍ଘ କର୍ମକର୍ତ୍ତା ଙ୍କ ମିଳିତ ସହଯୋଗରେ ଆୟତ୍ତ କରିଥିଲେ। ଅନ୍ୟପଟେ ଜଙ୍ଗଲ ତଳେ ଥିବା ଚାଷଜମି ରେ ଧାନ ଚାଷ ମଧ୍ୟ ନଷ୍ଟ ହୋଇଥିବା ସ୍ଥାନୀୟ ଚାଷୀ ନୀଳମାଧବ ସାହୁ ଅଭିଯୋଗ କରିଛନ୍ତି।ତେବେ ଆମପାଣି ଫରେଷ୍ଟ କର୍ମଚାରୀଙ୍କ ଙ୍କୁ ଖବର ଦେଇଥିଲେ ସୁଦ୍ଧା ଦିର୍ଘ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଯୁବକ ସଙ୍ଘ ନିଆଁ କୁ ଆୟତ୍ତ କରିବା ପରେ ପହଞ୍ଚି ଥିବା ସୂଚନା ମିଳିଛି। ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲ ର ସୁରକ୍ଷା ଦାଇତ୍ୱ ରେ ଅବହେଳା କରୁଥିବା ଜଙ୍ଗଲ ବିଭାଗ ଅଧିକାରୀ ଓ କର୍ମଚାରୀ ଙ୍କ ଏଭଳି ଅବହେଳା ଯୋଗୁଁ ଜଙ୍ଗଲ ନଷ୍ଟ ହେଉଥିବା ନେଇ ସ୍ଥାନୀୟ କାଉଡୋଳା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି।ଏନେଇ ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରିବାକୁ ସମ୍ଭବ ହୋଇ ପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ