Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁଷ୍ମାନ ଭାରତ ବୟୋ ବନ୍ଦନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ,ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ।

କଳାହାଣ୍ଡି:୧୧/୦୪
ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ବୟୋ ବନ୍ଦନା ଯୋଜନା ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ନୂଆ ଏକକ କାର୍ଡ ବିତରଣ ଉତ୍ସଵ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୋଜନା ରେ ଅନ୍ତର୍ଗତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା କଟକ ଜିଲ୍ଲା ରେ ଲୋକାର୍ପିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲଡୁଗାଁ, ଆମପାଣି ଓ ବଡ଼ ପୋଡ଼ାଗୁଡା ରେ ଏହି ଯୋଜନା ରେ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଛି। ଆମପାଣି ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ଅତିଥି ଭାବେ ପି ଏସ ସି ଇଂଚାର୍ଜ ଡ଼ ଧନେଶ୍ୱର ଟୁଡୁ, ବିଜେପି ନେତା ଗରୁଡ଼ ଧ୍ଵଜ ମାଝୀ, ମଧୁବନ ପାତ୍ର,ଗୋପିଚନ ନାଏକ, ସନ୍ତୋଷ ମାଝୀ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା,ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶର୍ମିଳା ଛାତ୍ରୀଆ ଉପସ୍ଥିତ ରହିଥିବା ବେଳେ ଲଡୁଗାଁ ପିଏସସି ରେ କୋକସରା ତହସିଲଦାର କ୍ଷିରୋଦ ବିହାରୀ ଭାରତ ନାଗ ଙ୍କ ତତ୍ୱାବଧାନ ରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଜେପି ନେତା ତ୍ରିନାଥ ଶବର,ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ଡ଼. ଶିବାନନ୍ଦ ନାଏକ, କୋକସରା ମଣ୍ଡଳ ସଭାପତି ବିଜେପି ବସନ୍ତ ନାଗ,ଫାର୍ମାସିଷ୍ଟ ବିନୋଦ ବିହାରୀ ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଉପସ୍ଥିତ ଥିବାବେଳେ ପୋଡ଼ାଗୁଡା ପିଏସସି ରେ କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ତତ୍ୱଦର୍ଶୀ ଦାସ,ଡ଼ ଗୌରଭ ସାହୁ, ବିଜେପି ନେତା ଧର୍ମବ୍ରତ ପଣ୍ଡା, ଜିଲ୍ଲା ପ୍ରତିନିଧି ବିଜେପି ଅର୍ଜୁନ ଭାଟି, ନୀଳକଣ୍ଠ ମାଝୀ, ପ୍ରମୋଦ କୁମାର ପ୍ରଧାନୀ, ସ୍ଥାନୀୟ ସରପଞ୍ଚ ଯମୁନା ନାଏକ ଉପସ୍ଥିତ ରହି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ହିତାଧିକାରୀ ଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବା ସହ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଏହି ଲୋକାଭିମୁଖୀ ଯୋଜନା ର ସମସ୍ତ ଦିଗ ଉପରେ ପରାମର୍ଶ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ