ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ପ୍ରେସମିଟ ।


କଳାହାଣ୍ଡି:୧୨/୦୪
ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ କନଫରେନ୍ସ ହଲ୍ ଠାରେ ୧୧ ତମ ଆନ୍ତର୍ଜାତୀୟ ଶିଶୁ/ଯୁବ ଚଳଚ୍ଚିତ୍ର ମହୋତ୍ସବ (SIFFCY ) ଅନୁଷ୍ଠିତ ହେବା ଅବସରରେ ଏକ ପ୍ରେସମିଟ ଆୟୋଜିତ ହୋଇଯାଇଛି । ଏହି ପ୍ରେସମିଟରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଡି.ଶ୍ୟାମ , ଡି.ରାମ କୁମାର, ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ , ପର୍ପଲ୍ ପିପୂଲ୍ ଲ୍ୟାବସ୍ ର ସଂସ୍ଥାପକ ଶ୍ଵେତା ପରଖ , ସମାଚାର ଜଷ୍ଟ କ୍ଲିକ୍ ର ଶ୍ରୀ ଦେବେନ୍ଦ୍ର ବିଶି , ଲକ୍ଷ୍ମୀ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଯୁବରାଜ ନାୟକ, ଲକ୍ଷ୍ମୀ ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବଟି ଏପ୍ରିଲ ୧୩ ରୁ ଏପ୍ରିଲ ୧୫ , ୨୦୨୫ ପର୍ଯ୍ୟନ୍ତ ଚାଲିବ । ଏଥିରେ ୩୦ ରୁ ଉର୍ଦ୍ଧ୍ବ ଫିଚର୍ ଫିଲ୍ମ ପ୍ରଦର୍ଶିତ ହେବ। ବିଭିନ୍ନ ଦେଶ ବିଦେଶରୁ ଆସିଥିବା ରାଷ୍ଟ୍ରଦୂତ ଙ୍କ ଦ୍ଵାରା କର୍ମ ଶାଳା ,ମାଷ୍ଟର କ୍ଲାସ , ଓ ପେନାଲ୍ ଜରିଆରେ ବିଶ୍ଵ ସ୍ତରୀୟ ପ୍ଲାଟଫର୍ମରେ ସାମିଲ ହେବାର ପ୍ରଚେଷ୍ଟା ଚାଲିଥିବା ସୂଚନା ପ୍ରଦାନ କରାଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେ୍ଟ୍ରୋନିକ୍ସ ମିଡିଆର ପ୍ରତିନିଧି ଗଣ ଯୋଗ ଦେଇଥିଲେ ।