Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୋକାରିଚଞ୍ଚରା ରେ ଉଦଯାପିତ ହେଲା ଶ୍ରୀରାମ ନବମୀ ମହୋତ୍ସବ।

କଳାହାଣ୍ଡି:୧୨/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା ଠାରେ ଥିବା ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ଶ୍ରୀ ମଧୁ ମାଧବ ତୀର୍ଥକ୍ଷେତ୍ର ରେ ୭ ଦିନ ଧରି ଶ୍ରୀରାମ ନାମ ରେ ଗୁଞ୍ଜରିତ ହୋଇଛି ମହୋତ୍ସବ। ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିବା ବେଳେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ରହଣି ଓ ଅନ୍ନଭୋଗ ପାଇଁ କମିଟି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା। ଚଳିତ ବର୍ଷ ଇକୋ ଟୁରିଜମ ଗ୍ରୁପ ପକ୍ଷରୁ ନୂତନ ଭାବେ ପରିଚାଳନା ଦାୟିତ୍ବ ନେଇଥିବା ବେଳେ ସୁଚାରୁରୂପେ ଶ୍ରୀରାମ ନବମୀ ମହୋତ୍ସବ ଶନିବାର ଷୋହଳ ପ୍ରହର ନାମଯଜ୍ଞ ଦହି ହାଣ୍ଡି ଭଗ୍ନ ପରେ ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ଶୁକ୍ରବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ସମେତ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ପ୍ରମୁଖ ମହୋତ୍ସବ ରେ ଶ୍ରୀରାମ ଦର୍ଶନ କରିବା ପରେ ପରିଚାଳନା କମିଟି ର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ।ଡୁଡୁକାଠେଙ୍ଗା ପଞ୍ଚାୟତ ଅଧିନସ୍ଥ ଗ୍ରାମବାସୀ ମାନେ ମହୋତ୍ସବ ପରିଚାଳନା ରେ ସହଯୋଗ କରିଥିଲେ।