ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଚମ୍ପମାଲ ପ୍ରସିଦ୍ଧ ରାମଲୀଳା ନାଟକ ର ନୂତନ ପରିଚାଳନା କମିଟି ଗଠିତ ହୋଇ ଯାଇଛି l ଉକ୍ତ ପରିଚାଳନା କମିଟି ର ସଭାପତି ଭାବରେ ଲକ୍ଷ୍ମୀ ନାରାୟଣ ପୁରୋହିତ , ସମ୍ପାଦକ ଭାବରେ କିଶୋର ହୋତା , ଉପସଭାପତି ଭାବରେ ସୁବ୍ରତ ମେଣ୍ଡିଲି ଦାୟିତ୍ୱ ଗ୍ରହଣ କରିଥିବାବେଳେ କୋଷାଧ୍ୟକ୍ଷ ଭାବରେ ରବି ଚନ୍ଦ୍ର ବିଶି ମନୋନୀତ ହୋଇଥିଲେ l ପରିଚାଳନା କମିଟି କୁ ୧୧ ଜଣ ସଦସ୍ୟ ଙ୍କୁ ମନୋନୀତ କରାଯାଇଛି l ଶାନ୍ତନୁ କୁମାର ହୋତା , ଶ୍ରବଣ ମହାରଣା , ପ୍ରମୋଦ ପୁରୋହିତ , ସଞ୍ଜୟ ନେଗୀ, ବିଦ୍ୟାଧର ଥନାପତି , ରାମକୃଷ୍ଣ ହୋତା ପ୍ରମୁଖ ରହିଥିବା ଜଣାଯାଇଛି l ଏଥିସହିତ ପୋଷାକ ଦାୟିତ୍ୱ ରେ ଉପେନ୍ଦ୍ର ଥନାପତି, ମେକଅପ ଦାୟିତ୍ୱ ରେ ଶ୍ରବଣ ମହାରଣା , ଉପେନ୍ଦ୍ର ମହାରଣା , ଦୀନବନ୍ଧୁ ମହାରଣା , ବାଦ୍ୟ ଯନ୍ତ ରେ କାର୍ତ୍ତିକ ଭୁକ୍ତା , ପଞ୍ଚାନନ ଥନାପତି , ଦିଲ୍ଲୀପ ଥନାପତି ରହିଛନ୍ତି l ଆଲୋକ ଏବଂ ଶବ୍ଦ ରେ ଶ୍ରୀରାମ ବିଶି, ଭୀଷ୍ମ ଥନାପତି , ବିକଳ୍ପ ସେଠି ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି l
ଚମ୍ପାମାଲ ରାମଲୀଳା ନାଟ୍ୟ ସଂଗଠନର ନୂତନ ପରିଚାଳନା କମିଟି ଗଠିତ
