ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ରେ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ ।


କଳାହାଣ୍ଡି:୧୩/୦୪
ରବିବାର ଦିବା ୧୦ ଘ ୩୦ମି ସମୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଥିବା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ରେ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ମହା ସମାରୋହରେ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ମନେ ଆଜିନ୍କିଆ ବାବୁରାଓ ଆଇ ,ପି ଏସ୍ , ଏସଡିପିଓ କଳାହାଣ୍ଡି , ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଧାକାନ୍ତ ଛତ୍ରୀ ଡି.ଇ .ଓ . କଳାହାଣ୍ଡି, ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ଚେୟାର ମ୍ୟାନ୍ ଶ୍ରୀଯୁକ୍ତ ଡି . ନାଗେଶ୍ଵର ରାଓ , ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ମିଶ୍ର, ପର୍ପଲ୍ ଫିଲ୍ମ ଲ୍ୟାବସ୍ ର ପ୍ରତିଷ୍ଠାତା ଶ୍ରୀମତୀ ଶ୍ୱେତା ପରଖ , ଜର୍ଜିଆ ରୁ ସୁଶ୍ରୀ ଆନା ଡୋବୋର୍ଜଗିନିଡଜେ, ଲିଥୁନିଆରୁ ସୁଶ୍ରୀ ରାସା ଓଜିଉନାଇଟେ, ୟୁକ୍ରେନରୁ ଶ୍ରୀ ଭୋଲୋଡିମିର୍ ପ୍ରିଟୁଲା , ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି . ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି . ରାମ କୁମାର , ଏକାଡେମୀକ ଇନ୍ ଚାର୍ଜ ଶ୍ରୀମତି ଡି . ବିଜୟା , ପରିଚାଳନା କମିଟି ସଦସ୍ୟା ଡି . ପଦ୍ମିନୀ , ସମାଚାର ଜଷ୍ଟ କ୍ଲିକ୍ ର ଦେବେନ୍ଦ୍ର ବିଶି , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ ,ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି ଶ୍ୟାମ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପର୍ପଲ୍ ଫିଲ୍ମ ଲ୍ୟାବସ୍ ର ପ୍ରତିଷ୍ଠାତା ତଥା ଶିଶୁ ଚଳଚ୍ଚିତ୍ର ନିର୍ମାତା ଶ୍ରୀମତୀ ଶ୍ୱେତା ପରଖ ଏହା ସମ୍ପର୍କରେ ବିଷଦ ବ୍ୟାଖ୍ୟା କରିଥିଲେ । ଜିତେନ୍ଦ୍ର ମିଶ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ SIFFCY ଶିଶୁ ଚଳଚ୍ଚିତ୍ର ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଜର୍ଜିଆରୁ ସୁଶ୍ରୀ ଆନା ଡୋବୋର୍ଜଗିନିଡଜେ ଲିଥୁନିଆରୁ ସୁଶ୍ରୀ ରାସା ଓଜିଉନାଇଟେ, ୟୁକ୍ରେନରୁ ଶ୍ରୀ ଭୋଲୋଡିମିର୍ ପ୍ରିଟୁଲା ଶିଶୁ ଚଳଚ୍ଚିତ୍ର ସମ୍ପର୍କରେ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଡି.ନାଗେଶ୍ଵର ରାଓ ମାନବ ଜୀବନରେ ଚଳଚ୍ଚିତ୍ରର ଭୂମିକା ଓ ବିଶେଷ କରି ଶିଶୁମାନଙ୍କ ଉପରେ କିପରି ପ୍ରଭାବ ପକାଇଥାଏ ତାହା ବ୍ୟାଖ୍ୟା କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାବୁରାଓ ଚଳଚ୍ଚିତ୍ର ମଣିଷ ଜୀବନରେ କିପରି ପ୍ରଭାବ ପକାଇଥାଏ ତାହା ଆଲୋକପାତ କରିଥିଲେ । ଏହି ଉତ୍ସବ ଅବସରରେ କଳା ଗ୍ରାମ ଏକାଡେମୀ ନୂଆ ଦିଲ୍ଲୀ ରବି ରତ୍ନ ସାହୁ , ରାଜ କୁମାର ସାହୁ , ପୂର୍ଣ୍ଣିମା ସା ,ଜୁଲି ସା (ସାଧାରଣତନ୍ତ୍ର ଦିବସରେ ଅଂଶ ଗ୍ରହଣ କରି ଗିନିଜ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଥିବା ) ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ଦୁଇ ଛାତ୍ରୀ ଜୁଲି ସା ଓ ପୂର୍ଣ୍ଣିମା ସାଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ସମସ୍ତ ଅତିଥିମାନଙ୍କୁ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା SIFFSY ସଂସ୍ଥା ତରଫରୁ ବିଶ୍ଵ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବର ମାସ୍କଟ ଉନ୍ମୋଚିତ ହୋଇ ଆନୁଷ୍ଠାନିକ ଭାବରେ ସମସ୍ତ ଅତିଥିମାନଙ୍କ ଦ୍ୱାରା କ୍ଲାବ୍ ବୋର୍ଡ କ୍ଲିକ୍ କରି ଚଳଚ୍ଚିତ୍ର ଶୁଭମୁକ୍ତି ହେଲା । ପରିଶେଷରେ ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି ରାମ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଳାହାଣ୍ଡିର ବହୁ ସଂଖ୍ୟକ ମାନ୍ୟଗଣ୍ୟ ବ୍ୟକ୍ତି,ବୁଦ୍ଧିଜୀବୀ, କଳାକାର , ପ୍ରେସ ଓ ମିଡ଼ିଆ ବନ୍ଧୁ ଉପସ୍ଥିତ ଥିଲେ ।