ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ଠାରେ ଏ ଆର ପ୍ରଡକ୍ଟସନ ବେନର ରେ କୋସଲି ହନୁମାନ ଚାଳିଶା ଉନ୍ମୋଚନ ହୋଇଯାଇଛି l କୋସଲ ନେତା କିଶୋର ହୋତା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ବୀରମହାରାଜପୁର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ପ୍ରଫୁଲ କୁମାର ରଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସାରିବା ପରେ ରିମୋର୍ଟ ଚିପି ଉନ୍ମୋଚନ କରିଥିଲେ l ଉକ୍ତ ସିନେମା କୁ ଅକ୍ଷୟ ସରାଫ ଭାଷା ରୂପାନ୍ତର କରିଥିବାବେ, ବନମାଳୀ ଭୁଏ ସହ ପ୍ରଯୋଜନା କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଯୁଗଳ କିଶୋର ମିଶ୍ର ପରିଚାଳନା କରିଥିଲେ l ଆଲୋକ ମେହେର , କିଶୋର ହୋତା, ସତ୍ୟବାନ ପୁରୋହିତ , ନୀଳକମଲ ମିଶ୍ର , ସତ୍ୟବ୍ରତ ପଧାନ , ବ୍ରଜ ଗୋପାଳ ପଣ୍ଡା , ସୋନାଲି ବିଶି , ଦ୍ରୌପଦୀ ଜଗଦଳା , ସୋଲାଙ୍କି ହୋତା , ପୁର୍ଣିମା ଜଗଦଲା ପ୍ରମୁଖ ଅଭିନୟ କରିଛନ୍ତି l ଉକ୍ତ ୟୁଟ୍ୟୁବ ଭକ୍ତି ସିନେମା ରେ କଣ୍ଠ ଦାନ ଦୁଷ୍ମନ୍ତ ସୁନା ଓ ବୁଲି ସା କରିଥିବା ବେଳେ ହେମଲତା ନୀହାଳ ପ୍ରଯୋଜନା ଦାୟିତ୍ୱ ରେ ରହିଛନ୍ତି l ଏହାକୁ ରଞ୍ଜନ ସେଟ କେମେରା ମେନ ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ବୀରମହାରାଜପୁର ପଥରଘାଟ ହନୁମାନ ବାଟିକାରେ ସମସ୍ତ ସୁଟିଂ କରାଯାଇଥିବା ଜଣାଯାଇଛି l
ଏ ଆର ବେନର ରେ କୋସଲି ହନୁମାନ ଚାଳିଶା ଉନ୍ମୋଚନ
