କଳାହାଣ୍ଡି:୧୫/୦୪
ଲକ୍ଷ୍ମୀ ବିକାଶ ଗୃପ ଅଫ୍ ଇନଷ୍ଟିଚ୍ୟୁସନ , ଭବାନୀପାଟଣା ୱିସ୍ଡ଼ମ ପାର୍କ ପରିସରରେ ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତଜିଲ୍ଲାପାଳ, କଳାହାଣ୍ଡି ସୁଶ୍ରୀ ମମତା ଦାସ, ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ଅଧ୍ୟକ୍ଷ ଡି. ନାଗେଶ୍ଵର ରାଓ, ନିର୍ଦ୍ଦେଶକ ଡି . ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି . ରାମ କୁମାର, ପର୍ପଲ୍ ଫିଲ୍ମ ଲ୍ୟାବସ୍ର ପ୍ରତିଷ୍ଠାତା ଶ୍ୱେତା ପରଖ, ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଜିତେନ୍ଦ୍ର ମିଶ୍ର , ଏକାଡେମୀକ ଇନଚାର୍ଜ ଶ୍ରୀମତି ଡି . ବିଜୟା , ପରିଚାଳନା କମିଟି ସଦସ୍ୟା ଡି . ପଦ୍ମିନୀ , ସମାଚାର ଜଷ୍ଟ କ୍ଲିକ୍ ର ଦେବେନ୍ଦ୍ର ବିଶି , ଶ୍ରୀଯୁକ୍ତ ପ୍ରଶାନ୍ତ ପଣ୍ଡା ଜିଲ୍ଲା ସମାଜ ପ୍ରତିନିଧି, କଳାହାଣ୍ଡି ,ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ଭାଇସ୍ ପ୍ରିନ୍ସିପାଲ ନାରାୟଣ ମହାନ୍ତି, ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ବିକାଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସିନେମା ମଣିଷକୁ ଖୁବ ପ୍ରଭାବିତ କରିଥାଏ । କିନ୍ତୁ ଗୋଟିଏ ଭଲ ସିନେମା ବିଶ୍ୱକୁ ପ୍ରଭାବିତ କରେ । ଶିଶୁ ଓ ଯୁବମାନେ ଭଲ ସିନେମା ଦ୍ୱାରା ପ୍ରଭାବିତ ହେଲେ ଆଗାମୀ ଭବିଷ୍ୟତ ସୁଦୃଢ ଓ ପ୍ରଶସ୍ତ ହେବ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।ଏ ଅବସରରେ ଅନୁଷ୍ଠାନ ତରଫରୁ ଶ୍ୱେତା ପାରକ, ଜିତେନ୍ଦ୍ର ମିଶ୍ର, ଦେବେନ୍ଦ୍ର ବିଶି , ମମତା ଦାସ ଓ ପ୍ରଶାନ୍ତ ପଣ୍ଡାଙ୍କୁ ଉପଢୌକନ ଓ ସ୍ମୃତି ଫଳକ ଦେଇ ସମ୍ମାନୀତ କରାଯାଇଥିଲା।
ବିଭିନ୍ନ ଦେଶର ତିରିଶି ଗୋଟି ଶିଶୁ ଓ ଯୁବ ମନସ୍ତତ୍ତ୍ୱ ଉପରେ ଆଧାରିତ ଫିଲ୍ମ ତିନି ଗୋଟି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା। ଆଇ ଏମ୍ କାଲାମ୍ , ଏଫ୍ ଫର୍ ଫ୍ରଗ୍ , ବିଶ୍ୱ, ସୋରିଙ୍ଗ ୱିଙ୍ଗସ୍ , ଗ୍ରିଟିଙ୍ଗ , ଲେସ୍ ୱେରି ସ୍ୱୟର୍ ଦ ପାସେଜ୍ ଓ ସୁପାମୋଡୋ ଭଳି ତିରିଶି ଗୋଟି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ରମାନ କଳାହାଣ୍ଡିର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଦୁଇ ଶହରୁ ଅଧିକ ବିଦ୍ୟାର୍ଥୀମାନେ ମଧ୍ୟ ଏହା ଦେଖିବାର ସୁଯୋଗ ପାଇଥିଲେ ।ଏ ଅବସରରେ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଜିତେନ୍ଦ୍ର ମିଶ୍ର ଓ ପର୍ପଲ୍ ଫିଲ୍ମ ଲ୍ୟାବସ୍ ର ପ୍ରତିଷ୍ଠାତା ତଥା ଶିଶୁ ଚଳଚ୍ଚିତ୍ର ନିର୍ମାତା ଶ୍ରୀମତୀ ଶ୍ୱେତା ପରଖ , ମୁମ୍ବାଇ ର ଫିଲ୍ମ ନିର୍ମାତା ୟଶ ନଗରକୋଟି , ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶକ ଡି . ଶ୍ୟାମ ଙ୍କୁ ନେଇ ‘ବିକାଶବାଣୀ’ ପୋଡକାଷ୍ଟ , ଫ୍ରେସ୍ ମିଟ୍ ଓ ଫିଲ୍ମ ସମ୍ପର୍କିତ ବିଭିନ୍ନ ପ୍ରାନ୍ତରୁ ଆସିଥିବା ପେନାଲିଷ୍ଟ , ଇମ୍ପାକ୍ଟ କମ୍ୟୁନିକେସନର ପ୍ରତିନିଧି ଗଣ ସୋମା ବାନାର୍ଜୀ , ସୁନିଲ ଭଟ୍ଟାଚାର୍ଯ୍ୟ , ସୁବ୍ରତ କୁମାର , ଅର୍ପିତା ଭଟ୍ଟାଚାର୍ଯ୍ୟ , ମିତିକା ବାନାର୍ଜୀ ଭଳି ବିଖ୍ୟାତ ନିର୍ଦ୍ଦେଶକ , ପ୍ରଯୋଜକ , ଫିଲ୍ମ ନିର୍ମାତାଙ୍କ ସହ କର୍ମଶାଳା , ମାଷ୍ଟର କ୍ଲାସ ପେନାଲ୍ ଓ ଲକ୍ଷ୍ମୀ ବିକାଶ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ହୋଇଥିଲା । ଅଧ୍ୟାପିକା ଜ୍ୟୋତିପ୍ରିୟା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ସଫଳ ରୂପାୟନ କରିବାରେ SIFFCY ଓ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ଭବାନୀପାଟଣା ର ସମସ୍ତ କର୍ମୀଙ୍କ ସହଯୋଗ ଥିଲା । ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ କଳାହାଣ୍ଡି ତଥା ଦେଶପାଇଁ ଏକ ଗର୍ବର ବିଷୟ ଅଟେ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
ତିନି ଦିନ ବ୍ୟାପି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ଉଦଯାପିତ।
