Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କବରାପାଲି ରାମନବମୀ ମହୋତ୍ସବ ଉଦଯାପିତ

ସମ୍ବଲପୁର:ଚୈତ୍ରନବମୀ ଠାରୁ ଆରମ୍ଭ ହୋଇଥିବା ଯୁଯାମୁରାବ୍ଳକ ଅଧିନସ୍ଥ କବରାପାଲି ଗ୍ରାମର ଏଗାର ଦିନିଆ ରାମନବମୀ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ବରଗଡ ବିଜେପୁର ନିକଟସ୍ଥ ଖରମୁଣ୍ଡା ମହିଳା ସଂକିର୍ତ୍ତନ ଦଳ ଏବଂ ସୋନପୁର ସ୍ଥିତ ଅମ୍ବାମୁଣ୍ଡା ମହିଳା ସଂକିର୍ତ୍ତନ୍ୟ ଦଳ ସାମିଲ ହୋଇ ସଂକିର୍ତ୍ତନ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ରାମନବମୀ ମଣ୍ଡପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ରବିନ୍ଦ୍ର ବଢାଇ ଏବଂ ତାଙ୍କର ଧର୍ମପତ୍ନୀ ସୁବାସିନୀ ବଢାଇ କର୍ତ୍ତା ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ । ହୋମ ଯଜ୍ଞ ପରେ ଦୀର୍ଘ ଏଗାର ଦିନ ଧରି ମଣ୍ଡପରେ ବିଜେ କରିଥିବା ମହାପ୍ରଭୁ ଶ୍ରୀରାମ , ଲକ୍ଷ୍ମଣ ଏବଂ ମାତା ସୀତା ମନ୍ଦିରକୁ ପ୍ରବେଶ କରିଥିଲେ । ଦିନ ସାରା ଗ୍ରମାରେ ଅନ୍ନକୋଟ କରାଯାଇ ଭକ୍ତ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଦୀର୍ଘ ୭୬ ବର୍ଷ ହେବ ରାମନବମୀ ଉତ୍ସବ ପାରମ୍ପାରିକ ରୀତୀନୀତିରେ କବରାପାଲିରେ ଆୟୋଜନ ହୋଇ ଆସୁଥିବା ବେଳେ ଚଲିତ ବର୍ଷ ମଧ୍ୟ ମହା ସମାରୋହରେ ମହୋତ୍ସବ ଆୟୋଜନ ହୋଇଥିଲା । ଏହି ସମୟରେ ମଣ୍ଡପରେ ପ୍ରତିଦିନ ରାମାୟଣ ପାଠ ସହିତ ସନ୍ଧ୍ୟାରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ରାତିରେ ରାବଣବଦ୍ଧ ସହ ରାମଲୀଲା ନାଟକ ସମ୍ପନ୍ନ ହୋଇଥିଲା । ଏଗାର ଦିନ ଧରି କବରାପାଲି ଗ୍ରାମରେ ଆଧ୍ୟାତ୍ମିକ ପରିବେଷ ସୃଷ୍ଟୀ ହୋଇଥିଲା । ଏହି ସମୟରେ ଦୀର୍ଘ ଏଗାର ଦିନ ଧରି ଗାଁରେ ଆମିଷ ଭକ୍ଷଣ ସହିତ ନିଶା ଦ୍ରବ୍ୟ ସେବନ ବନ୍ଦ ରହିଥିଲା । ୧୧ ଦିନ ଧରି ଗ୍ରାମବାସୀ କଡାକଡି ଭାବେ ନିତିନିୟମ ପାଳନ କରାଯାଇଥିଲା । ପଣ୍ଡିତ ଅଶ୍ୱିନୀ ବିଶ୍ୱାଳ ପୁରାଣ ପାଠର ନେତୃତ୍ୱ ନେଉଥିବା ବେଳେ ସନ୍ତୋଷ ମିଶ୍ର ପୂଜା କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିଲେ । ରାମନବମୀ କମିଟିର ସଭାପତି ମହିମା ପ୍ରସାଦ ବଢାଇ, ଖୀରୋଦ ସାହୁ, ମନୋଜ କୁମାର ପଧାନ, ରଞ୍ଜିତ ପଧାନ, ସଞ୍ଜୟ କୁମାର ପଧାନ, ଶରତ ସାହୁ, ଅଷ୍ବିନୀ ବଢାଇ, ମନୋଜ ବଢାଇ, ସନ୍ଦିପ ସାହୁ, ପ୍ରମୁଖଙ୍କ ସହ ବହୁ କର୍ମକର୍ତ୍ତା ରାମନବମୀ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।