Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରୀ ଭାଷାର ସାମ୍ବିଧାନିକ ସ୍ବିକୃତି ପାଇଁ ପିଏମଓ ଙ୍କୁ ଦାବିପତ୍ର ପ୍ରଦାନ

ସମ୍ବଲପୁର:ସମ୍ବଲପୁରୀ ଭାଷାକୁ ବିଭିନ୍ନ କ୍ଷେତ୍ରରେ ସରକାରୀ ସ୍ତରରେ ମାନ୍ୟତା ଦିଆଯାଇଛି । ତଥାପି ସାମ୍ବିଧାନିକ ମାନ୍ୟତା ପାଇ ପାରି ନାହିଁ । ସେଥିପାଇଁ ଶନିବାର ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଭାଷାକୁ ସାମ୍ବିଧାନିକ ସ୍ବିକୃତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବା ସହ ଆଳୋଚନା କରାଯାଇଛି। ଆଇଆଇଏମର ନବମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ଅବସରରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜାତୀୟ ଶିକ୍ଷା ନିତିରେ ମାତୃଭାଷାରେ ଶିକ୍ଷା ଦିଆଯିବା ନେଇ ପ୍ରସ୍ତାବ ରହିଛି । ଏଥିପାଇଁ ଶିଶୁ ମାନେ ସମ୍ବଲପୁରୀ ଭାଷାରେ ପ୍ରାଥମିକ ଶିକ୍ଷା ନେବା ପାଇଁ ସମ୍ବଲପୁରୀ ପ୍ରାଇମର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ଉନ୍ମୋଚିତ ହୋଇସାରିଛି । ଏହାସହ ସରକାରୀ ସ୍ତରରେ ଆକାଶବାଣୀ ଏବଂ ଦୁରଦର୍ଶନରେ ସମ୍ବଲପୁରୀ ଭାଷାକୁ ଦୀର୍ଘ ବର୍ଷରୁ ମାନ୍ୟତା ମିଲି ସାରିଛି । ଏପରିକି ସମ୍ବଲପୁରୀ ଭାଷାରେ ସ୍ବତନ୍ତ୍ର ଭାବେ ଖବର ମଧ୍ୟ ପ୍ରସାରଣ କରାଯାଉଛି । ଏହାବାଦ କେନ୍ଦ୍ର ସରକାର ସମ୍ବଲପୁରୀ ଭାଷା ସଂସ୍କୃତି କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଜାତୀୟ ସମ୍ମାନରେ ସମ୍ମାନିତ ମଧ୍ୟ କରି ସାରିଛନ୍ତି । ବର୍ତ୍ତମାନ ସମ୍ବଲପୁରୀ ଭାଷାରେ ବିଭିନ୍ନ ପତ୍ରପତ୍ରିକା ମଧ୍ୟ ପ୍ରକାଶିତ ହୋଇ ଆସୁଛି । ତେଣୁ ଆଧିକାରିକ ଭାବେ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦେଇ ସାମ୍ବିଧାନିକ ସ୍ବିକୃତି ପ୍ରଦାନ କରିବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା । ଏହି ଅବସରରେ ଡ. ପ୍ରମୋଦ ମିଶ୍ରଙ୍କ ଜିଲ୍ଳାସ୍କୁଲ ସମୟରେ ସାହିତ୍ୟ ଶିକ୍ଷକ ତଥା ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତି ରକ୍ଷା ପାଇଁ ଅନୁରୋଧ କରାଯାଇଥିଲା। ଏହାସହ ଭବାନୀଶ ଭୋଇଙ୍କ ଦ୍ବାରା ଲିଖିତ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜୀବନୀ ପୁସ୍ତକ ଡ. ପ୍ରମୋଦ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା । ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ଆବାହକ ଭବାନୀଶ ଭୋଇ,ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ, ରାମଦାସ ପଣ୍ଡା ପ୍ରମୁଖ ଊପସ୍ଥିତ ରହିଥିଲେ ।