Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହଳପଦର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ସୋଲାର ଷ୍ଟ୍ରାଇକର ଚମ୍ପିଆନ୍ ଘୋଷିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ସ୍ଥିତ ଖେଳ ପଡ଼ିଆରେ ଦଧିବାମନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ହେଉଥିବା ଦ୍ଵିତୀୟ ବହଳପଦର ପ୍ରିମିୟର ଲିଗ୍ କ୍ରିକେଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ରେ ସୋଲାର ଷ୍ଟ୍ରାଇକର ବିଜୟୀ ହୋଇ ଚାମ୍ପିଅନ ହୋଇଛି। ମ୍ୟାଚ୍ ପ୍ରାରମ୍ଭରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମ୍ୟାଚ୍ ରେ ନଟରାଜ ଫାଇଟର ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୨୯ ରନ କରିଥିଲା । ଜବାବରେ ନଟରାଜ ଫାଇଟର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୧୦୦ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ମାନସ ନନ୍ଦ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଏବଂ ବହଳପଦର ସେବା ସମବାୟ ସମିତିର ସମ୍ପାଦକ ପ୍ରଫୁଲ୍ଲ ଦନ୍ତା, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ, ପୂର୍ବତନ ସମିତିସଭ୍ୟ ପୀତାମ୍ବର ସାହୁ ,ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ସୁଧାଂଶୁ ଶେଖର ପ୍ରଧାନ , ୱାର୍ଡ ସଭ୍ୟ ରମାକାନ୍ତ ଭୁକ୍ତା, କ୍ରୀଡାବିତ ସୁରେଶ ମହାକୁର , ହିମାଂଶୁ ସାହୁ , ଜପିନ ମହାନନ୍ଦ, ମିଶର ଦେହୁରୀ , ପ୍ରହଲ୍ଲାଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅଜିତ ପ୍ରଧାନ ଙ୍କୁ ଶ୍ରେଷ୍ଠ ବୋଲର, ମିଲନ ବୁଡ଼ା ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ଅନୁରାଗ ପ୍ରଧାନ ଙ୍କୁ ମ୍ୟାନ ଅଫ ଦି ସିରିଜ ଭାବେ ପୁରସ୍କୃତ କରିବା ସହିତ ଉଭୟ ଚାମ୍ପିଅନ ଓ ଉପବିଜେତା ଦଳ କୁ ଟ୍ରଫି ଓ ଅର୍ଥରାଶି ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ ରେ ରାକେଶ ପ୍ରଧାନ ଓ ଚନ୍ଦ୍ର ଲୁହା ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ଅନିଲ ଭୁକ୍ତା ଅନ ଲାଇନ ସ୍କୋରିଙ୍ଗ, ଦୀପକ ସାହୁ ସ୍କୋରିଙ୍ଗ ଏବଂ ମାନସ ନନ୍ଦ ଓ ଲଳିତ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ।