Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜାତୀୟ ତାଇକଣ୍ଡୋ ପ୍ରତିଯୋଗୀତାରେ ବୀରମହାରାଜପୁର ଖେଳାଳିଙ୍କ ସଫଳତା

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଏହେସାସ ତାଇକଣ୍ଡୋ ଏକାଡେମି ଖେଳାଳୀ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ସଫଳତା ପାଇଛନ୍ତି l ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ୪ ସ୍ବର୍ଣ୍ନ ପଦକ ସହ ୨ ରୌପ୍ୟ ପଦକ ହାସଲ କରିଛନ୍ତି l ଗତ ମେ ମାସ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜାବର ଅମ୍ରିତସର ଠାରେ ଆୟୋଜିତ ଓପନ ନେସେନାଲ ତାଇକଣ୍ଡୋ ପ୍ରତିଯୋଗିତାରେ ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର ୬ ଜଣ ଖେଳାଳୀ ଯୋଗଦେଇଥିଲେ l ତେବେ ସେଠାରେ ଏକାଡେମୀର ରାଜଲାକ୍ଷ୍ମୀ ସାହୁ, ହରିପ୍ରିୟା ମିଶ୍ର, କୁମାର କଷ୍ୟପ ଷଡ଼ଙ୍ଗୀ, ରବୀଶଙ୍କର ନାୟକଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ହର୍ଷିତା ନାୟକ ଏବଂ ପ୍ରିୟଦର୍ଶିନୀ କରଙ୍କୁ ରୋପ୍ୟ ପଦକ ମିଳିଛି । ଏହି ଏକାଡେମିର ବରିଷ୍ଠ ଖେଳାଳୀ ଅନ୍ବେଷ ହୋତା ଏବଂ ବିଶ୍ୱରଂଜନ ସାହୁଙ୍କୁ ଟେକ୍ନିକାଲ ଅଫିସିଆଲ ଭାବେ ମଧ୍ୟ ନିଯୁକ୍ତି ମିଳିଥିବାବେଳେ ସେମାନେ ମଧ୍ୟ ସଫଳତାର ସହ ପ୍ରତିଯୋଗିତାକୁ ପରିଚଳନା କରିଛନ୍ତି l ଖେଳାଳିଙ୍କ ଏହି ସଫଳତାକୁ ନେଇ ରାଜ୍ୟ ତାଇକଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ, ଜିଲ୍ଲା ତାଇକଣ୍ଡୋ ସଙ୍ଘ ସଭାପତି ରବିନ୍ଦ୍ର ହୋତା ଏବଂ ସମ୍ପାଦକ ଏହେସାସ ହୋତା ପ୍ରମୁଖ ଶୁଭେଛା ଜଣାଇଛନ୍ତି l