ରେଙ୍ଗାଲିରେ ଶିଳ୍ପ ମୋହ, କମୁଛି ମାଟିର ଉର୍ବରତା ମାତ୍ରାଧିକ ପ୍ରଦୂଷଣ ପାଇଁ ହେଉ ନାହିଁ ପନି ପରିବା


ସମ୍ବଲପୁର:ରେଙ୍ଗାଲି ସମ୍ବଲପୁର ଜିଲ୍ଲାର ଏକ ପ୍ରମୁଖ ବ୍ଲକ ଏକଦା ଧାନ ଚାଷ ଓ ପନିପରିବାର ଚାଷ ପାଇଁ ଜିଲ୍ଲାରେ ପ୍ରମୁଖ ସ୍ଥାନ ଅଧିକାର କରିଥିଲା। ଚାଷୀ ପୁଅ ନିଜ ଖେତରେ ବିଭିନ୍ନ ପନିପରିବାର ଚାଷ କରି ନିଜର ଗୁଜୁରାଣ ମେଣ୍ଟାଇ ମଣିଷ ସମାଜକୁ ରୋଗମୁକ୍ତ ତଟକା ପନିପରିବା ସୁଲଭ ମୂଲ୍ଯ ଯୋଗାଉଥିଲା। ଏପରିକି ସାଇପଡ଼ିଶାକୁ ବାଣ୍ଟି ଦେଉଥିଲା ସବୁଜ ପନିପରିବା। ଏବେ କିନ୍ତୁ ସେ ସମୟର ସବୁଜ ପନିପରିବାର ସ୍ବପ୍ନ ପରି ଲାଗୁଛି।
ଯେଉଁଦିନ ଠାରୁ ଅର୍ଥାତ ୧୯୯୧/୯୨ ମସିହାରୁ ପ୍ରଥମେ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ଯ ରାଜପଥ ଆରମ୍ଭ ହେଇ ଶେଷ ହେବା ପରେ ପରେ ୨୦୦୧/୦୨ ମସିହାରୁ ରେଙ୍ଗାଲି ତହସିଲ ଅଞ୍ଚଳରେ ଆରମ୍ଭ ହେଲା ଶିଳ୍ପଯଜ୍ଞ। ଫଳସ୍ୱରୂପ ଏହି ଶିଳ୍ପଯଜ୍ଞରେ କେଉଁ ଆବାହମାନ କାଳରୁ ପ୍ରକୃତି ଦେଇଥିବା ଦାନ ସବୁଜ ଜଙ୍ଗଲରେଥିବା ।ହଜାର ହଜାର ସଂଖ୍ୟକ ବଡ ବଡ ଗଛକୁ କାଟି ଆହୂତି ଦିଆଗଲା। ପ୍ରଥମେ ଏଠାକାର ଠେଲକୋଲୋଇ ଠାରେ ଶିଳ୍ପ କାରଖାନା ଆରମ୍ଭ କରିଥିବା ଭୂଷଣ କମ୍ପାନୀ ଏବଂ ଦ୍ବିତୀୟରେ ପଣ୍ଡଲୋଇ ଠାରେ ଆରମ୍ଭ ହୋଇଥିବା ଶ୍ଯାମ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡ,ଲପଙ୍ଗା ଅଞ୍ଚଳରେ ବହୁରାଷ୍ଟ୍ରୀୟ ଆଦିତ୍ଯ ଆଲୁମିନିୟମ କମ୍ପାନୀ ସହ ଗଢି ଉଠିଥିବା ଛୋଟ ଛୋଟ କମ୍ପାନୀ ଯୋଗୁଁ ଯେତେ ପରିମାଣର ଗଛ କାଟି ଶିଳ୍ପଯଜ୍ଞରେ ଆହୂତି ଦିଆଯାଇଛି। ଆଜିକୁ ୨୫ ବର୍ଷ ଭିତରେ ସେତେ ପରିମାଣର ବୃକ୍ଷ ଅଞ୍ଚଳରେ ରୋପଣ କରାଯାଇ ନାହିଁ। ଫଳରେ ବ୍ଯାପକ ପ୍ରଦୂଷଣ ଯୋଗୁଁ ଅଞ୍ଚଳରେ ହେଉଥିବା ପନିପରିବା ଚାଷ ଉପରେ ମଧ୍ଯ ଏହାର ପ୍ରଭାବ ପଡିଛି। ସେଥିପାଇଁ ଏଠାରେ ପନିପରିବାର ଆକାଶ ଛୁଆଁ ଦରରେ ମିଲୁଥିବା ବେଲେ ଯାହା ମିଲୁଛି ତାହା ମଧ୍ଯ ଉତ୍ତମ ମାନର ସ୍ବାସ୍ଥ୍ୟପୋଯୋଗି ନୁହେଁ। ଯେଉଁ ଚାଷୀମାନେ ପ୍ରଦୂଷଣ ଦାଉରୁ ରକ୍ଷାକରି କିଛି ଶାଗ,ପନିପରିବାର କରୁଛନ୍ତି । ନିଜେ ଖାଇ ଗାଁ ଗାଁ ବୁଲି ଯେଉଁଠି ବିଡା ବାନ୍ଧି ବିକ୍ରି କରୁଥିଲେ ତାହା ଏବେ ବାଧ୍ୟହୋଇ କେଜି ରେ ବିକ୍ରି କରୁଛନ୍ତି।
ବ୍ଯାପକ ପ୍ରଦୂଷଣ ଯୋଗୁଁ ରେଙ୍ଗାଲି ଅଞ୍ଚଳରେ ଏକଦା ପ୍ରସିଦ୍ଧି ଲାଭ କରିଥିବା ତୁରିଟିକ୍ରାର ବାଇଗଣ,ନିସାନଭଙ୍ଗାର ମାଖନ,ଲପଙ୍ଗାର ମିରଚା,ବୁଦୁଲାର କୋବି ଆଉ ନାଇଁ ମିଲବାର। ପ୍ରଦୂଷଣ ଯୋଗୁଁ ପନିପରିବା ଚାଷ ଉପରେ ଏକ କଲା ରଙ୍ଗର ଆସ୍ତରଣ ଜମି ଯାଇଥିବାରୁ ଚାଷ ଠିକ ଭାବରେ ହୋଇପାରୁନଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ କରୁଛନ୍ତି। ଏବେ ଠାରୁ ଏଦିଗରେ ସରକାର ଏବଂ ପ୍ରଶାସନିକ ଅଧିକାରୀ ଯତ୍ନବାନ ହୋଇ ବିକଳ୍ପ ଯୋଜନା ନକଲେ ସାମାଜିକ ସ୍ଥିତି ଭୟାଭୟ ହେବ ଏଥିରେ ତିଲେ ମାତ୍ର ସଂଦେହ ନାହିଁ। ଯାହାର ପ୍ରଭାବ ସମଗ୍ର ଜୀବଜଗତ ଉପରେ ପଡିବ।