Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମାରକେଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଚିକିତ୍ସା ଶିବିର ଆୟୋଜିତ

ଉଲୁଣ୍ଡା : (ସୌମିତ୍ରି ମେହେର)
ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଙ୍କ ମାର୍ଗଦର୍ଶନ ରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମହଦା ପଂଚାୟତ ର କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରାଥମିକ ଚିକିତ୍ସା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ, ଜୁନିଅର ରେଡ଼କ୍ରସ ସମ୍ପାଦକ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶlୟତ, ଉପ ସଭାପତି ଗତିକୃଷ୍ଣ ମିଶ୍ର ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ଶ୍ରୀଯୁକ୍ତ ଅଜୟ କୁମାର ଲୁହା ଙ୍କ ମାର୍ଗ ଦର୍ଶନ ତଥା ତତ୍ୱାବଧାନ ରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର ରେ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଆଞ୍ଚଳିକ ସାଧନ କର୍ମୀ ଶରତ ନାଏକ ଓ ବରିଷ୍ଠ ଶିକ୍ଷକ ଦିଲ୍ଲୀପ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହେନେରୀ ଡୁନଣ୍ଟ ଏବଂ ମାଡାମ କ୍ଲାରା ବାର୍ଟନ ଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଲିମ ଶିବିର କୁ ଉଦ୍‌ଘାଟନ କରିଥିଲେ l ସହକାରୀ ଶିକ୍ଷକ ନରେନ୍ଦ୍ର ନାଗ ସ୍ୱାଗତ କରିଥିବା ବେଳେ ପ୍ରଧାନ ଶିକ୍ଷକ, ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ମହଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମାର୍ଗଦର୍ଶକ ଜଗଦୀଶ ଦାଶ ଏବଂ ତିକୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ମାର୍ଗ ଦର୍ଶକ ମଳୟ ଅମାତ ସାଧନ କର୍ମୀ ଭାବେ ଶିବିରାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ l କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ମହଦା ଓ ତିକୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଶତାଧିକ ଜୁନିଅର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ଙ୍କୁ ଡାକ୍ତରଖାନା ପହଂଚାଇବା ପର୍ଯ୍ୟନ୍ତ କିପରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ, ତା ସମେତ ହାତଗୋଡ଼ କଟିଗଲେ, ଭାଙ୍ଗିଗଲେ, ସାପ କାମୁଡ଼ିଲେ, ଦେହରେ ନିଆଁ ଲାଗିଲେ, ବ୍ୟକ୍ତି ମୂର୍ଚ୍ଛିତ ଅବସ୍ଥା କୁ ଚାଲି ଆସିଲେ, ବଜ୍ରପାତ ସମୟ ରେ, ହୃଦଘାତ ଆସିଲେ ନିଜେ ବଂଚିବା ସହିତ ଅନ୍ୟକୁ କିିପରି ବଂଚେଇ ପାରିବା ସେ ସବୁର ତାଲିମ ପ୍ରଦାନ କରା ଯାଇଥିଲା l ଶିକ୍ଷକ ସତ୍ୟ ନାରlୟଣ ମେହେର ସହଯୋଗ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଶିବରାମ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ