Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ କୁଚିଣ୍ଡା ପାଇଁ ସ୍ଥାୟୀ ଭବନ ନିର୍ମାଣ ନିମିତ୍ତେ ଜମି ଅନୁଦାନ

ସମ୍ବଲପୁର:ଶିକ୍ଷା ଖେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଯେଉଁଥିରେ ରାଜ୍ୟ ସରକାର ଦ୍ୱାରା ସମ୍ବଲପୁର ଜିଲ୍ଲା, କୁଚିଣ୍ଡା ତହସିଲ ଏବଂ ଥାନା ଅନ୍ତର୍ଗତ ମୌଜା ମନ୍ତ୍ରୀମୁଣ୍ଡାରେ ୦୯.୩୨ ଏକର ଜମି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାୟୀ ଭବନ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଛି।
କେନ୍ଦ୍ରୀୟ ବିଦ୍ୟାଳୟ ସଂଘଠନର କମିଶନର ଏହି ଜମି ଗ୍ରହଣ ପ୍ରତି ସମ୍ମତି ଦେଇଛନ୍ତି, ଯାହା ଫଳରେ କେନ୍ଦ୍ରୀୟ ବିଦ୍ୟାଳୟ କୁଚିଣ୍ଡା ସ୍ଥାୟୀ ସଂଖ୍ୟାତ ବିଦ୍ୟାଳୟ ଭବନ ନିର୍ମାଣ ପାଇଁ ଦ୍ରୁତ ଗତିରେ ପ୍ରୟାସ ଆରମ୍ଭ ହେବ।
ବର୍ତମାନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପାଇଁ ଅସ୍ଥାୟୀ କ୍ୟାମ୍ପସ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ବିଦ୍ୟାଳୟ ପାଇଁ ଭର୍ତ୍ତି ବିଜ୍ଞପ୍ତି ପ୍ରକାଶ ପାଇବ ଏଵଂ ଅସ୍ଥାୟୀ କ୍ୟାମ୍ପସ ରେ କ୍ଲାସ୍ ଆରମ୍ଭ ହେବ।
ବର୍ତମାନ ସମୟରେ ନୂଆ ସଂଖ୍ୟାତ ଭବନ ଶିକ୍ଷାର୍ଥୀ ଓ ଶିକ୍ଷକମାନେ ପାଇଁ ଏକ ଉତ୍ତମ ଶିକ୍ଷା ପରିବେଶ ସୃଷ୍ଟି କରିବ।ଏହି ପଦକ୍ଷେପ ମାନ୍ୟବର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗୁଣତ୍ୱମୂଳକ ଶିକ୍ଷା ବିକାଶ ପ୍ରତି ସଙ୍କଳ୍ପକୁ ପ୍ରତିବିମ୍ବିତ କରେ।