ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରି ଶ୍ରୀଯୁକ୍ତ ରାଜୀବ ହାଂସଦl ଙ୍କ ସଭାପତିତ୍ୱ ରେ ପଞ୍ଚାୟତ ଦିବସ ପାଳନ ହୋଇଛି l ଗୁରୁବାର ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଳl ଙ୍କ ଉପସ୍ଥିତି ରେ ଶହ ଶହ ପୁରୁଷ ଓ ମହିଳା ଏହି ପଞ୍ଚାୟତ ଦିବସ ପାଳନ ରେ ଯୋଗଦେଇଥିଲେ l ଏହି ଅବସରରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ଙ୍କ ସହ ବଲାଙ୍ଗୀର ସାଂସଦ ସଙ୍ଗୀତ କୁମାରୀ ସିଂ ଦେଓ ଙ୍କ ପ୍ରତିନିଧି ନଳିନି ପଣ୍ଡା , ସୁମନ୍ତ ଜଗଦଲା , ସବିତା ପଣ୍ଡା ବିଶ୍ଵାମିତ୍ର ଜଗଦଲା ପ୍ରମୁଖ ମଞ୍ଚାସିନ ହୋଇ ପଞ୍ଚାୟତ ଦିବସ ପାଳିତ ଉପରେ ନିଜ ନିଜ ମତ ପ୍ରଦାନ କରିଥିଲେ l ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଜଗଦଳl ଏ ପଂଚାୟତ ରାଜ ଦିବସ ଅବସରରେ କେନ୍ଦ୍ର ସରକାର ଙ୍କ ଆୟୁଷ୍ମlନକାର୍ଡ ହିତାଧୀକାରୀ ମାନଙ୍କୁ ବଣ୍ଟନ କରି ଥିଲେ l ଏହି ଅବସରର ସ୍ଵଂୟ ସହାୟକ ଗୋଷ୍ଠୀ ଶତାଧିକ ମହିଳା ମଧ୍ଯ ଉପସ୍ଥିତ ଥିଲେ l
ବୀରମହାରାଜପୁର ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ
