Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଞ୍ଜିପାଲି ଗ୍ରାମରେ ଅଷ୍ଟ ପ୍ରହରୀ ନାମଯଜ୍ଞ

ଜମନକିରା: ଜମନକିରା ବ୍ଲକ ମହଦା ପଞ୍ଚାୟତ ବିଞ୍ଜିପାଲି ଗ୍ରାମରେ ରବିବାର ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କର୍ତ୍ତା ଭାବରେ ଦିନେଶ ପଟେଲ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ପଟେଲ ରହିଥିବା ବେଳେ ପୂଜକ ଭାବରେ ଜୟଶଙ୍କର ତ୍ରିପାଠୀ ପୂଜା ସମ୍ପନ୍ନ କରିଥିଲେ। ଏହି ଯଜ୍ଞରେ ବିଞ୍ଜିପାଲି ସ୍ଥିତ ଗୌରହରୀ ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ତେନ୍ତୁଳିଡିହି, ଗଙ୍ଗାଡିହି, ଭୋଇଡେରା, ତାଲମାଲ କୀର୍ତ୍ତନ ଦଳ ଯୋଗଦେଇ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ନାମ ଜପ କରି ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ଏ ନାମ ଯଜ୍ଞ ଗତକାଲି ଆରମ୍ଭ ହୋଇ ଆଜି ୧୧ ଟା ବେଳେ ନାମ ଛଡ଼ାଯାଇଥିଲା। ଅନେକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ପ୍ରଭୁଙ୍କ ନାମ ଜପିବା ଶହ ପ୍ରସାଦ ସେବନ କରିଥିଲେ।