Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଙ୍ଗରିଗୁଡା ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୮/୦୪
ଜଣେ ମେଳାପୀ, ଛାତ୍ର ବତ୍ସଳ ଶିକ୍ଷକ ଭାବେ ନିଜ ସ୍କୁଲ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଛାପ ପାଇଥିବା ପ୍ରଧାନ ଶିକ୍ଷକ ଙ୍କୁ ଆଜି ସ୍କୁଲ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଗୋଳାମୁଣ୍ଡା ବ୍ଲକ ଉଦେଶୃଙ୍ଗ ପଞ୍ଚାୟତ ଡଙ୍ଗରିଗୁଡା ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଭାବେ ଦିର୍ଘ ୨୯ ବର୍ଷ ଧରି ଅବସ୍ଥାପିତ ଥିବା ଅଶ୍ୱିନୀ କୁମାର ରାଉତ ଙ୍କୁ ସୋମବାର ସ୍କୁଲ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏବିଇଓ ଲିନା ଦାସ, ସମ୍ମାନିତ ଅତିଥି ଭାବେ ସିଆରସି ଗଜିନ୍ଦ୍ର ନାଏକ ସ୍ଥାନୀୟ ସରପଞ୍ଚ ନାରାୟଣ ଅଘରିଆ, ସ୍କୁଲ ପରିଚାଳନା କମିଟିର ସଭାପତି ହୃଷିକେଶ ଅଘରିଆ,କେତନ ଭୋଇ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଥିବା ବେଳେ ଶିକ୍ଷକ ମୁରଲୀଧର ଅଘରିଆ ମଞ୍ଚ ସଂଯୋଜନା କରିଥିଲେ। ଶିକ୍ଷକ ଶ୍ରୀ ରାଉତ ଙ୍କୁ ଉପସ୍ଥିତ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସୁସ୍ଥ ଓ ନିରାମୟ ଜୀବନ କାମନା ଜଣାଇଥିଲେ। ଆସନ୍ତା ୩୦ ତାରିଖ ରେ ଶିକ୍ଷକ ଶ୍ରୀ ରାଉତ ସରକାରୀ ଭାବେ ଚାକିରୀ ରୁ ଅଵସର ନେବେ ତା ପୂର୍ବରୁ ଆଜି ତାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ରାଉତ ନିଜର ସ୍କୁଲ ର ସହକର୍ମୀ ନିକଟରେ କୃତଜ୍ଞତା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ