ଘୁଙ୍ଗିନାଳ ଉପରେ ସେତୁ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ଅମରପାଲି ପୂର୍ତ୍ତବିଭାଗ ରାସ୍ତା ଭୁତିଆପାଲି ଘୁଙ୍ଗିନାଳ ଉପରେ ସେତୁ ନିର୍ମାଣ କରିବା ପାଇଁ ସୋମବାର ମଧ୍ୟାହ୍ନରେ ମୃତ୍ତିକା ପରୀକ୍ଷଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ସୂଚନା ଅନୁସାରେ ବର୍ଷାଦିନରେ ଭୂତିଆ ପାଳି ଘୁଙ୍ଗାନାଳ ଉପରେ ପ୍ରାୟ ପାଞ୍ଚ ଫୁଟର ପାଣି ପ୍ରବାହିତ ହୋଇଥାଏ l ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥାଏ l ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିଲା l ଘୁଙ୍ଗି ନାଳ ଉପରେ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା l ହେଲେ କେହି ଦୃଷ୍ଟି ଦେଉ ନଥିଲେ l ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି l ବୀରାମହରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲାଙ୍କ ପ୍ରଚେଷ୍ଟାରେ ସେତୁ ନିର୍ମାଣ ପାଇଁ ମୃତିକା ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ l ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଂଚଳ ବାସୀ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି l