ସମ୍ବଲପୁର: ସ୍ଥାନୀୟ ଆଇନ ସେବା ପ୍ରାଧିକରଣ କାର୍ଯ୍ଯାଳୟ ଠାରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ପୁଷ୍ପା ମିଞ୍ଚ, ଏଲ.ଏ.ଡି.ସି. ର ଉପମୁଖ୍ୟ ଅମ୍ବୁଜ କୁମାର ଦାସ, ରିଟେନର୍ ସଞ୍ଜିବ କୁମାର ପଟ୍ଟନାୟକ ଯୋଗ ଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ ଓ ଶ୍ରମିକ ଅଧିକାର, ସେମାନଙ୍କ କାର୍ଯ୍ୟ ଏବଂ ବିଭିନ୍ନ ସୁବିଧା ବିଷୟରେ ସଚେତନ କରି ଶ୍ରମିକ ମାନଙ୍କୁ ଦେଶର ମେରୁଦଣ୍ଡ ଭାବେ ଅବିହିତ କରିଥିଲେ । ଏହି ଅବସରରେ ୩୯ ଜଣ ଶ୍ରମିକ ଙ୍କୁ ଶ୍ରମିକ କାର୍ଡ଼ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ସୌମ୍ଯା ପ୍ରଧାନ ପରିଚାଳନା କରିଥିଲେ।
ଆଇନ ସେବା ପ୍ରାଧିକରଣ କାର୍ଯ୍ଯାଳୟଠାରେ ଶ୍ରମିକ ଦିବସ
