Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଟ୍ରିକ ପରୀକ୍ଷା ରେ ଚମକିଲେ ରିଷି ବିଶି, କୋକସରା ହାଇସ୍କୁଲ ପାଇଁ ଆଣିଲେ ଗୌରବ।

କଳାହାଣ୍ଡି:୦୨/୦୫
ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ର ଜବାହର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ରିଷି ବିଶି କୋକସରା ବ୍ଲକ ରେ ମାଟ୍ରିକ ପରୀକ୍ଷାରେ ସର୍ବଶେଷ୍ଠ ନମ୍ବର ରଖି ବ୍ଲକ ରେ ଟପ୍ପର ହୋଇଛନ୍ତି। ସେ ହାଇସ୍କୁଲ ମାଟ୍ରିକ ବୋର୍ଡ ପରୀକ୍ଷାରେ ୬୦୦ ମାର୍କ ପରୀକ୍ଷା ରୁ ୫୨୬ ମାର୍କ ରଖି ବ୍ଲକ ଟପ୍ପର ସହ ବ୍ଲକ ପାଇଁ ଗୌରବ ଆଣିଛନ୍ତି।ତାଙ୍କର ଏହି ସଫଳତା ପଛରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମା ବାପା ଙ୍କ ଆଶ୍ରିବାଦ ରହିଛି ବୋଳି ସେ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ସ୍ଥାନୀୟ ଗଡରାମାଲ ଗ୍ରାମ କିଶୋର ଚନ୍ଦ୍ର ବିଶି ଓ ବିନିତା ବିଶି ଙ୍କ ଝିଅ ହେଉଛନ୍ତି ରିଷି ବିଶି। ରିଷି ବିଶି ଙ୍କ ସଫଳତା କୁ ନେଇ ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ