ଯଜ୍ଞରେ ରକ୍ତଦାନ ଶିବିର:କୁଞ୍ଜବନ ପୀଠର ବିଶ୍ୱଶାନ୍ତି ମହାବିଷ୍ଣୁ ଯଜ୍ଞ ଉଦଯାପିତ


ସମ୍ବଲପୁର:ନାକଟିଦେଉଳ ସରାପାଲି ନିକଟବର୍ତ୍ତୀ କତରାପାଲି ସ୍ଥିତ ପ୍ରସିଦ୍ଧ କୁଞ୍ଜବନ ପୀଠ ଠାରେ ଗତ ୩୦ ତାରିଖରୁ ଚାଲିଥିବା ବିଶ୍ୱଶାନ୍ତି ମହାବିଷ୍ଣୁ ଯଜ୍ଞ ଆଧାତ୍ମିକ ପରିବେଶ ମଧ୍ୟରେ ସୋମବାର ଦିନ ମହାସମାରୋହ ରେ ଉଦଯାପିତ ହୋଇଯାଇଛି ।
ପ୍ରଥମ ଦିନ ଅଙ୍କୁରାରୋପଣ,୨ ୟ ଦିନ କଳସ ଯାତ୍ରା, ୩ୟ ଦିନ ନାମ ହୋମ ପୂଜା, ୪ର୍ଥ ଦିନ ପ୍ରବଚନ, ୫ମ ଦିନ ଉଡ଼ନ୍ତା ହନୁମାନ ଓ ସୋମବାର ପୂର୍ଣ୍ଣାହୁତି ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା | କୁଞ୍ଜବନ ଯଜ୍ଞ କମିଟି ର ସଭାପତି ବାଳମୁକୁନ୍ଦ ପ୍ରଧାନ ଓ ସମ୍ପାଦକ ନିରାକାର ବିଶ୍ୱାଳ ଙ୍କ ପରିଚାଳନା ରେ ଆୟୋଜିତ ଏହି ଭାଗବତ କାର୍ଯ୍ୟକ୍ରମ ରେ ୨୧ ଟି ଗ୍ରାମ ର ନର ନାରୀ ସହଯୋଗ କରିଥିଲେ । ୪ତାରିଖ ରବିବାର ଦିନ ଆମ ଓଡିଶା ର ସହଯୋଗ ଓ ବୁର୍ଲା ରକ୍ତଭଣ୍ଡାର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସାଇ ଗୌତମ ଙ୍କ ଦିଗଦର୍ଶନ ରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମ ରେ ମଣ୍ଟୁ ସାହୁ , ସୂର୍ଯ୍ୟନାରାୟଣ ବେହେରା, ଜଗଦିଶ ସାହୁ ଓ ଜନକ ବେହେରା ସହଯୋଗ କରିଥିଲେ । ଉକ୍ତ ସମାବେଶ ରେ ହଳଧର ସାହୁ, ଅଚ୍ୟୁତାନନ୍ଦ ପ୍ରଧାନ, ବିପିନ୍ ପ୍ରଧାନ,ଭକ୍ତ ବଲ୍ଲଭ ପ୍ରଧାନ, ସଞ୍ଜୟ ସାହୁ ,ମହେଶ୍ଵର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଶରତ ବାରିକ, ପ୍ରଦୀପ ବିଶ୍ୱାଳ,ଭାଗ୍ୟ ରଥୀ ଗଡ଼ତିଆ ଓ ମଣ୍ଟୁ ଧଳ ପ୍ରମୁଖ ସହାୟତା କରିଥିଲେ । ଏହି ଆଧାତ୍ମିକ ସମାବେଶ ରେ ରେଢ଼ାଖୋଲ ଓ ଦେବଗଡ଼ ଉପଖଣ୍ଡ ର ଲୋକମାନଙ୍କ ର ପ୍ରବଳ ଜନ ସମାଗମ ହୋଇ ଥିଲା ।