ସମଲେଶ୍ୱରୀ ମନ୍ଦିର ଗର୍ଭଗୃହ ଧୂଆଁ ନିଷ୍କାସନ ପାଇଁ ହେବ ବ୍ୟବସ୍ତା,ବିଶେଷଜ୍ଞ ଟିମ କଲେ ନିରୀକ୍ଷଣ


ସମ୍ବଲପୁର:ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ର କୁଳପତି ପ୍ରଫେସର ଶ୍ରୀ ଦୀପକ କୁମାର ସାହୁଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ମଣ୍ଡଳୀ ଆଜି ମା ସମଲେଶ୍ୱରୀ ମନ୍ଦିରକୁ ଆସି ମନ୍ଦିର ଗର୍ଭଗୃହ ର ଧୂଆଁ ନିଷ୍କାସନ ପାଇଁ ଆବଶକ୍ୟ ବ୍ୟବସ୍ତା ପାଇଁ ମନ୍ଦିର ଗର୍ଭଗୃହ ତଥା ମନ୍ଦିର ଚୁଡା ଭାଗ କୁ ବିଶେଷ ନିରୀକ୍ଷଣ କରିଥିଲେ ଓ ଏ ସଂକ୍ରାନ୍ତରେ ଆବଶ୍ୟକ ବୈଷୟିକ ମ୍ୟାପ ଓ ଅନ୍ୟାନ୍ୟ ବୈଷୟିକ ପରାମର୍ଶ ରାଜ୍ୟ ପ୍ରତ୍ନତତ୍ୱ ବିଭାଗ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ କୁ ଯୋଗେଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ | ଜିଲ୍ଲାପାଳ ଙ୍କ ଅନୁରୋଧ କ୍ରମେ ଆସିଥିବା ଏହି ବିଶେଷଜ୍ଞ ପ୍ରତିନିଧି ମଣ୍ଡଳୀ କୁ ଟ୍ରଷ୍ଟ ବୋର୍ଡ ସଭାପତି ଶ୍ରୀ ସଂଜୟ ବାବୁ ସ୍ୱାଗତ କରିବା ସହ ତାଙ୍କ ସର୍ବେକ୍ଷଣ କାର୍ଯ୍ୟ ରେ ସହଯୋଗ କରିଥିଲେ | ବିଶେଷଜ୍ଞ ମଣ୍ଡଳୀ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ସୁପରିଣଟେଣ୍ଡେଣ୍ଟ ଶ୍ରୀ ଅଶ୍ୱିନୀ ଶତପଥୀ ଙ୍କ ସହ ଏ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ |ଏହି ପ୍ରତିନିଧି ମଣ୍ଡଳୀ ରେ ଭିସୁଟ ର ପ୍ରଫେସର ତଥା ସିଭିଲ ଇଞ୍ଜିନିଏରିଂ ବିଭାଗୀୟ ମୁଖ୍ୟ ପ୍ରଫେସର ସୁଧାଂଶୁ ଶେଖର ଦାସ ,ପ୍ରଫେସର ସଞ୍ଜୟ ପାତ୍ର , ପ୍ରଫେସର ରମାକାନ୍ତ ପାଣିଗ୍ରାହୀ ,ଆର୍କିଟେକଟ ବିଭାଗୀୟ ମୁଖ୍ୟ ଡ଼: ଭାରତୀ ମହାପାତ୍ର , କେମିକାଲ ଇଞ୍ଜିନିଅରିଂ ବିଭାଗ ମୁଖ୍ୟ ଡ଼ : କୃଷ୍ଣ ପ୍ରସାଦ ଷଡ଼ଙ୍ଗୀ ,ଇଲେକ୍ଟ୍ରିକଲ ଇଞ୍ଜିନିଏରିଂ ବିଭାଗର ଜ୍ଞାନରଂଜନ ବିଶ୍ୱାଳ ,ମେକାନିକାଲ ଇଞ୍ଜିନିଏରିଂ ବିଭାଗ ର ଡ଼: ହୃଷିକେଶ ବାରିକ ଓ ସିଭିଲ ଇଞ୍ଜିନିଏରିଂ ବିଭାଗର ଗବେଷକ ଶ୍ରୀ ଅଭିଷେକ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।