Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧ୍ୟାପକ ଙ୍କ ବିୟୋଗ, ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଶୋକସଭା ଅନୁଷ୍ଠିତ।

କଳାହାଣ୍ଡି:୧୦/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସଦର ମହକୁମା ଡିଗ୍ରୀ ମହାବିଦ୍ୟାଳୟ ରେ ଇତିହାସ ଅଧ୍ୟାପକ ଐରି ନାଶନ ଚିନ୍ଦା(୪୯) ଙ୍କ ଶୁକ୍ରବାର ଆକସ୍ମିକ ବିୟୋଗ ହୋଇଛି। ଏକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଫେରୁଥିବା ବେଳେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଧ୍ୟାପକ ଶ୍ରୀ ଚିନ୍ଦା ଜଣେ ଅଭିଜ୍ଞ ଅଧ୍ୟାପକ ସହ ଏନଏସଏସ ର ପରାମର୍ଶ ଦାତା ଭାବେ ସ୍ବେଛାସେବୀ କାର୍ଯ୍ୟ ଜନ ସଚେତନତା କାର୍ଯ୍ୟକ୍ରମ ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇ ଡିଗ୍ରୀ ମହାବିଦ୍ୟାଳୟ କୋକସରା ପାଇଁ ଉତ୍ସର୍ଗୀକୃତ ଯୋଗଦାନ ରେ ପ୍ରମୁଖ ହାତ ରହିଥିଲା। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବାପରେ କୋକସରା ବ୍ଲକ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶବଧାର ପରିବାର ବର୍ଗ, ଆତ୍ମୀୟ ସ୍ୱଜନ, କୋକସରା ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କଲେଜ କର୍ମକର୍ତ୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାନ ଭାଇ ଅଭୟ ନାଶନ ଚିନ୍ଦା ମୁଖାଗ୍ନି ଦେଇ ଥିବାବେଳେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି। ଅନ୍ୟପକ୍ଷରେ ତାଙ୍କ ଅକାଳ ବିୟୋଗ ରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ରେ ଏକ ଶୋକସଭା ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ପ୍ରତି ଦିବଙ୍ଗତ ଅଧ୍ୟାପକ ଚିନ୍ଦା ଙ୍କ ଅତୁଳନୀୟ ଅବଦାନ କୁ ମନେ ପକାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ନିରବ ପ୍ରାର୍ଥନା କରିଥିଲେ।ଶୋକସଭା ରେ ଅଧ୍ୟାପକ ସୁବ୍ରତ କୁମାର ବେହେରା,ଅଶ୍ୱିନୀ କୁମାର ପଟ୍ଟନାୟକ, ଅଧ୍ୟାପିକା କନକ ମଞ୍ଜରି ବେହେରା, ଶୁଭଶ୍ରୀ ସାହୁ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନୀ, ହୃଦାନନ୍ଦ ଧ. ମାଝୀ,ଉଜାଗର ମାଝୀ,ସୁନିଲ ପ୍ରଧାନୀ, ତପନ ବିଶି ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ