କଳାହାଣ୍ଡି:୧୭/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଧାନ ମଣ୍ଡି ପରିସରରେ ଶନିବାର କିଟ ଓ କିସ ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱର ଆନୁକୂଲ୍ୟରେ ଆର୍ଟ ଅଫ ଗିଭିଂ ଦ୍ଵାଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ ଓ କିସ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ୨୦୧୩ ମସିହା ମେ ୧୭ ତାରିଖରେ ଜନ ସଚେତନତା ପାଇଁ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ଅବସର ରେ ଅଧ୍ୟାପକ ଭୁବନେଶ୍ୱର ଦିଶାରୀ ଙ୍କ ସଭାପତିତ୍ୱ ରେ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସର୍ଵ ଭାରତୀୟ ଭତ୍ରା ସମାଜ ର ଉପ ସଭାପତି ଗରୁଡ଼ ଧ୍ଵଜ ମାଝୀ, ମୁଖ୍ୟ ବକ୍ତା ଭାବେ ବ୍ଲକ କୋକସରା ଆଦିବାସୀ ସଂଘ ର ସମ୍ପାଦକ ତ୍ରିନାଥ ଶବର, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମହିମା ଗ୍ରାପ ଘନଶ୍ୟାମ ନାଏକ, ପୂର୍ବତନ ଜିଲ୍ଲା ଆଦିବାସୀ ସଂଘ ସଭାପତି ନୀଳକଣ୍ଠ ମାଝୀ, ଜିଲ୍ଲା ହଲବା ସମାଜ ସଭାପତି ସହଦେଵ ନେଗି,ନର୍ଲା ବ୍ଲକ ର ଆଦିବାସୀ ନେତ୍ରୀ ଶାନ୍ତିଲତା ମାଝୀ, ସମାଜସେବି ଅଶ୍ୱିନୀ ମାଝୀ, ଲକ୍ଷ୍ମୀକାନ୍ତ ପୁଝାରି,ଶିକ୍ଷକ ଜଗଦୀଶ ଶବର, କିସ ଶିକ୍ଷାନୁଷ୍ଠାନ ର ଶିକ୍ଷକ ତୁଳସୀ ପ୍ରସାଦ ଶବର,ଦୋଳ ଗୋବିନ୍ଦ ନାଏକ, କିମ୍ସ ପକ୍ଷରୁ ନବୀନ ନାଏକ, ଅବସର ପ୍ରାପ୍ତ ଯବାନ କୃପାସିନ୍ଧୁ ପାତ୍ର, ଶିକ୍ଷକ ଯୋଗୀନ୍ଦ୍ର ହଂସ, ପୂର୍ଣ୍ଣଚନ୍ଦ୍ର ସାହୁ,କଳାହାଣ୍ଡି ଅଭିଭାବକ ସଙ୍ଘ ର ସମ୍ପାଦକ ସନ୍ଥ କୁମାର ନାଏକ ପ୍ରମୁଖ ଆଦିବାସୀ ନେତୃବୃନ୍ଦ ଉପସ୍ଥିତ ରହି ଆର୍ଟ ଅଫ ଗିଭିଂ ର ଦ୍ଵାଦଶ ବାର୍ଷିକ ଉତ୍ସବ ର ଚଳିତ ବର୍ଷ ର ପ୍ରସଙ୍ଗ ପଡୋଶୀ ଙ୍କ ସହ ସୁସମ୍ପର୍କ ସ୍ଥାପନ ନେଇ ଆଲୋଚନା ଚକ୍ର ରେ ନିଜର ମତାମତ ପ୍ରଦାନ କରିଥିଲେ। କିଟ ଓ କିସ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କ ପ୍ରଚେଷ୍ଟାରେ ଓଡିଶା ର ଆଭ୍ୟନ୍ତରୀଣ, ଦୁର୍ଗମ, ଅପହଞ୍ଚ ବଣପାହାଡ଼ ଘେରା କୋଣ ଅନୁକୋଣ ରେ ରହିଥିବା ଆଦିବାସୀ ଜନଜାତି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ର ଆଲୋକବର୍ତ୍ତିକା ଦେଖାଇ ସେମାନଙ୍କ ଭବିଷ୍ୟତ କୁ ନୂତନ ଦିଶା ଦେଖାଇ ଆଜି ଆଦିବାସୀ ଜନଜାତି ଛାତ୍ରଛାତ୍ରୀ ଙ୍କ ପାଇଁ ପ୍ରେରଣା ର ଉତ୍ସ ଦେଖାଇଛନ୍ତି।ଆଜି ପ୍ରତିଟି କ୍ଷେତ୍ରରେ ଆଦିବାସୀ ଜନଜାତି ଛାତ୍ରଛାତ୍ରୀ ମାନେ ବିକାଶ ର ସୋପାନ ରେ ଆଗେଇ ଚାଲିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ ର ମହିଳା ସମାଜସେବୀ ଶାନ୍ତିଲତା ମାଝୀ, ଆଦର୍ଶ ଶିକ୍ଷକ ଜୟରାମ ରାଉତ, ଏକ୍ସ ଆର୍ମି ସହଦେଵ ଶବର,କୃପାସିନ୍ଧୁ ପାତ୍ର ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ମଞ୍ଚ ସଂଯୋଜନା ସୁଧୀର କୁମାର ଧଙ୍ଗଡା ମାଝୀ କରିଥିଲେ।କାର୍ଯ୍ୟକ୍ରମ ରେ କୋକସରା ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଆଦିବାସୀ ଜନଜାତି ର ଛାତ୍ରଛାତ୍ରୀ ସମେତ ସେମାନଙ୍କ ଅଭିଭାବକ ଓ କିସ ଓ କିଟ ଶିକ୍ଷାନୁଷ୍ଠାନ ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଆର୍ଟ ଅଫ ଗିଭିଂ ୧୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ପଡୋଶୀ ସହ ସୁସମ୍ପର୍କ ପ୍ରସଙ୍ଗ କୁ ନେଇ ଆଲୋଚନା।
