Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଣ୍ଡରା ମାଳି ସମାଜ ତରଫରୁ ମହାସଭା ପାଇଁ ପ୍ରସ୍ତୁତି ବୈଠକ। ଆତ୍ମଘୋଷିତ ସଭାପତି ଓ କୂଳପତି କୁ ସମାଜ ପକ୍ଷରୁ ବିରୋଧ।

କଳାହାଣ୍ଡି:୨୦/୦୫
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବତୋଟା ଠାରେ ଉପସଭାପତି ବୈକୁଣ୍ଠ ରଣା ଙ୍କ ସଭାପତିତ୍ବରେ ପଣ୍ଡରା ମାଳି ସମାଜ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ସାମାନିକ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।ଗତ କିଛି ଦିନ ତଳେ ଚାରଵାହଳ ଧାନ ମଣ୍ଡି ଠାରେ ଏକ ମହାସଭା ଆୟୋଜିତ କରାଯାଇଥିଲା ଏଵଂ ଉକ୍ତ ସଭାରେ ସମାଜ ର ବିଭିନ୍ନ ପଦପଦବୀ ଘୋଷଣା କରାଯାଇଥିଲା ତାହା ସମାଜ ତରଫରୁ ଦୃଢ଼ ବିରୋଧରେ କରାଯାଇଥିଲା। ସେହିପରି ପରିପ୍ରେକ୍ଷୀରେ ଆଜି ଗଡିଆଯୋର ଆମ୍ବ ତୋଟା ଠାରେ ଏକ ସାଧାରଣ ବୈଠକ ଆୟୋଜନ କରାଯାଉଥିବା ଏଵଂ ପୂର୍ବ ଗଠିତ ହୋଇଥିବା ସଭାପତି ଏଵଂ କୂଳପତି କୁ ମଧ୍ୟ ଆଜିର ବୈଠକ ସମାଜ ପକ୍ଷରୁ ଏକ ଚିଠି ପଠା ଯାଇଥିଲା ହେଲେ ଉକ୍ତ ବୈଠକରେ ସଭାପତି କିମ୍ବା କୂଳପତି ର ଅନୁପସ୍ଥିତି କୁ ନେଇ ଆଜିର ବୈଠକରେ ସମାଜ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା । ଆଜିର ବୈଠକରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ସମାଜ ଲୋକଙ୍କ ସହମତି କ୍ରମେ ପୁଣି ଏକ ମହାସଭା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ମହାସଭା କୁ ସୂଚାରୁ ରୂପେ ଆୟୋଜନ କରିବା ପାଇଁ ପ୍ରତ୍ୟେକ ବ୍ଳକ ରୁ ଦଶ ଦଶ ଜଣ ଲୋକ ଙ୍କୁ ନେଇ ଏକ କୋର କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି କଲମପୁର ଅଞ୍ଚଳରୁ ଉମାଶଙ୍କର ପୂଝାରୀ, ମଧୁସୂଦନ ନାଏକ, ଚନ୍ଦ୍ର ନାଏକ, କ୍ଷୀରୋଦ ନାଏକ, କୋକସରା ଅଞ୍ଚଳରୁ ଭଜମନ ନାଏକ, ଗୋବର୍ଦ୍ଧନ ନାଏକ, କ୍ଷୀରସିନ୍ଧୁ ଵୋଡକିଆ, ଗୋଲାମୁଣ୍ଡା ଅଞ୍ଚଳରୁ ତୁଲେଶ୍ଵର ନାଏକ, ଥଵିର ନାଏକ, କୃଷ୍ଟ ଚନ୍ଦ୍ର ନାଏକ, ବିପିନ ନାଏକ, ଧର୍ମଗଡ଼ ଅଞ୍ଚଳ ରୁ ଵିଦ୍ୟାଧର ନାଏକ, ପ୍ରେମଲାଳ ନାଏକ, ଜୟ ଶଙ୍କର ନାଏକ, ଗିରି ପ୍ରସାଦ ନାଏକ, ମନୋଜ ନାଏକ, ଉଦିତ ନାଏକ, ସମେତ ବହୁଲୋକ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ