କଳାହାଣ୍ଡି:୨୦/୦୫
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫରଙ୍ଗ ସମବାୟ ସମିତିର ଫରଙ୍ଗ ଧାନ ରବି ମଣ୍ଡି ମଙ୍ଗଳବାର ସକାଳ ୧୧ ଟା ରେ ଉଦଘାଟିତ ହୋଇ ଯାଇଛି । ଜିଲ୍ଲା ରେ ତିନୋଟି ମଣ୍ଡି ଖୋଲି ଥିବା ବେଳେ ଜୁନାଗଡ଼ ବ୍ଲକ ର ଦାସୀଗାଁ ଓ ଗୋଲାମୁଣ୍ଡା ବ୍ଲକ ର ଫରଙ୍ଗ ଧାନ ମଣ୍ଡି ଆଜି ପ୍ରଥମ ଦିନରେ ଖୋଲିଛି। ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଆଜିର ଏହି ଉଦଘାଟନ ସମୟରେ ଏସଆର ବିଶ୍ୱନାଥ ସିଂ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ , କୃଷି ସମବାୟ ସଭାପତି ଉଦିଆ ନିଆଲ , ପେକ୍ସ ସେକ୍ରେଟାରୀ କିରୋଟି ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପୂର୍ଣଚନ୍ଦ୍ର ଭୋଇ , ନୋଡାଲ ଅଫିସର ଉର୍ମିଲା ନାଗ , ଆର.ଏମ.ସି କର୍ମଚାରୀ ତପନ ନାଏକ, ତ୍ରିନାଥ କାଣ୍ଡ, ରତ୍ନାକର ହଂସ, ଧୀରେନ୍ଦ୍ର ହଂସ,ସମେତ ପେକ୍ସ କର୍ମଚାରୀଏବଂ ଚାଷୀ ଉପସ୍ଥିତ ଥିଲେ।ଗୋଲାମୁଣ୍ଡା ବ୍ଲକ ଚଳିତ ରବି ଚାଷ ପାଇଁ ୬ ଟି ମଣ୍ଡି ଖୋଲିବାର ବ୍ୟବସ୍ଥା ଥିବା ବେଳେ ସେଥି ମଧ୍ୟରୁ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୫ ଟି ମଣ୍ଡି ରେ ପ୍ୟାକ୍ସ ଧାନ କ୍ରୟ କରିବ ବୋଲି ସୂଚନା ମିଳିଛି
ଫରଙ୍ଗ ରେ ଖୋଲିଲା ବ୍ଲକ ର ପ୍ରଥମ ରବି ଚାଷ ଧାନ ମଣ୍ଡି।
