Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ଧନଖର। ରାଷ୍ଟ୍ରପତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖାଯାଇଥିବା ଏକ ଚିଠିରେ ସେ ଅସୁସ୍ଥ ସ୍ବାସ୍ଥ୍ୟ କାରଣ ଦର୍ଶାଇ ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ଇସ୍ତଫା ଘୋଷଣା କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ତାଙ୍କ ସହଯୋଗ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲେଖାଯାଇଥିବା ଏକ ଚିଠିରେ ସେ କହିଛନ୍ତି, ଆମର ମହାନ ଗଣତନ୍ତ୍ରରେ ଉପରାଷ୍ଟ୍ରପତି ଭାବରେ ମୁଁ ଯେଉଁ ଅମୂଲ୍ୟ ଅଭିଜ୍ଞତା ପାଇଛି ସେଥିପାଇଁ ମୁଁ ଗଭୀର କୃତଜ୍ଞ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଏବଂ ସମର୍ଥନ ଅମୂଲ୍ୟ ରହିଛି। ମୋ କାର୍ଯ୍ୟକାଳ ମଧ୍ୟରେ ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ