ସମ୍ବଲପୁର: ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀକୁ ମିଳୁନି ତାର ହକ। ଏମୁଣ୍ଡରୁ ସେମୁଣ୍ଡ ଯାଏ ଭରିଛି ମାଳ ମାଳ ସମସ୍ୟା। ଫଳରେ ଅଞ୍ଚଳର ବିକାଶ ବାଟବଣା ହୋଇଯାଇଛି।
ଭୋଟ ପୂର୍ବରୁ ନେତାଙ୍କ ପ୍ରଚାର ନେଟୱର୍କ ବ୍ୟବସ୍ଥା,ବିଜୁଳି ରାସ୍ତା ଘାଟ ଷ୍ଟ୍ରିଟ ଲାଇଟ୍,ଗାଁକୁ ପାଣି ଜଳସେଚନ ବ୍ୟବସ୍ଥା ସବୁ ଠିକ୍ କରିଦେବୁ ଭଳି ପ୍ରତିଶୃତି ଏଠି ପାଣିରଗାର। ଗାଁ ସମସ୍ୟା ବୁଝିବାକୁ ଲୋକ ପ୍ରତିନିଧିଙ୍କ ମିଳେନି ଦେଖା। ଶାସନ ପ୍ରଶାସନ ଯେମିତି ଆଖି ମୁଜିଦେଇଛି ରେଢ଼ାଖୋଲ ର ବିକାଶ ପ୍ରତି।
ରେଢ଼ାଖୋଲ ସହରର ମୁଖ୍ୟ ରାସ୍ତାରେ ପ୍ରଶାସନର ନାକତଲେ ଉଡୁଛି ଧୂଳି।ଖାଲ ଖମାରେ ଭର୍ତ୍ତି ହୋଇଛି ରାସ୍ତା।ପ୍ରତିଦିନ ଘଟୁଛି ଅନେକ ଘଟଣା ଦୁର୍ଘଟଣା।ଜାତୀୟ ରାଜପଥ୧୫୩ ରାଞ୍ଚିବିଜୟୱାଡ଼ା ଭୀମଭୋଇ ଛକରୁ ସୁଣ୍ଡିମୁଣ୍ଡା ରାସ୍ତା ଅବସ୍ଥା ଅତି ଦୟନୀୟ।ଚାଷୀର ଆୟକୁ ଦୁଇଗୁଣା କରିବାପାଇଁ, ଧାନର ବୋନସ ବୃଦ୍ଧି ଏକ ମାତ୍ର ରଙ୍ଗ,କଟନିଛଟନି ମାଧ୍ୟମରେ କିନ୍ତୁ ଚାଷୀ ସାଇବର କ୍ରାଇମ ଭଳି ଲୁଟ ର ଶିକାର ହେଉଛି।ଆଜି ରେଢ଼ାଖୋଲ ର ସାତଶହ ଚାଷୀଙ୍କ ସାତଶହ ବୋରିଂ,ଗଭୀର ନଳକୂଅ ଖୋଲିବା ପାଇଁ ଓ ଏଲ୍ଆଇସିକୁ ଚାଷୀ କୋଡ଼ିଏ ହଜାର ଟଙ୍କା ଧାର କରଜ କରି ବର୍ଷେ ହେବ ପୈଠ କରି ହାତ ବାନ୍ଧି ବସିଛନ୍ତି।ଆଗକୁ ବଢୁନି ଏହି କାମ।ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ବଲପୁର ରେଢ଼ାଖୋଲ ପ୍ରଖଣ୍ଡ ପ୍ରଭାରୀ ଦିବ୍ୟାଙ୍ଗ ରୋହିତ ଭୋଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଆଗାମୀ ଦିନରେ ଖୁବ୍ ଶୀଘ୍ର ସାଧାରଣ ଲୋକ ଏବଂ ଆଦିବାସୀ ସମାଜ ରେଢ଼ାଖୋଲ ର ବିଭିନ୍ନ ସମସ୍ୟାକୁ ନେଇ ରାସ୍ତାକୁ ଓ଼ଲ୍ଳେଇବ। ଟୁଇଟ୍ ର ମାଧ୍ୟମ ହେଉ କିମ୍ବା ମୂଖ୍ୟମନ୍ତ୍ରୀଙ୍କୁ ଚିଠି ଦେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ।ଜନଶୁଣାଣୀ ରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ଶୂନ।ସତେ ଯେମିତି ଜନଶୁଣାଣୀ ଏକ ପ୍ରହସନ ହୋଇଯାଇଛି।ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମଧ୍ୟ ସରକାର କିମ୍ବା ପ୍ରଶାସନ ର ନିଦ ଭାଙ୍ଗୁନି।ଆଜି ବି ନାକଟିଦେଉଳ ରେଢ଼ାଖୋଲ ଯୁଯୁମୁରା ବ୍ଲକର ଅନେକ ସ୍କୁଲ ଛାତରୁ ପାଣି ଗଲୁଛି।ଶିକ୍ଷକ ଅଭାବ,ଶିକ୍ଷ୍ୟା ବ୍ୟବସ୍ଥା ଭୁଶୁଡ଼ି ବାରେ ଲାଗିଛି।ମେଘପାଳ, ଗିରିଶ୍ଚନ୍ଦ୍ରପୁର ଭଳି ଡାକ୍ତରଖାନାରେ ବର୍ଷ ବର୍ଷ ଧରି ଡାକ୍ତର ପଦ ଖାଲି ପଡିଛି। ନାକଟିଦେଉଳ, ରେଢ଼ାଖୋଲ, ଜୁଯୋମୁରା,ମାନେଶ୍ଵର, ପଡିଆବାହାଲ, ଧମା ଭଳି ଡାକ୍ତରଖାନା ନାମକୁ ମାତ୍ର। ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସୁବିଧା ସବୁଠି ସ୍ବପ୍ନ। ଗାଁ କଲ୍ୟାଣ ସମିତିକୁ ସକ୍ରିୟ କରିବାରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା କୁ ଏଥିପାଇଁ ଦାୟୀ କରାଯାଉଛି। ଗାଁ କଲ୍ୟାଣ ସମିତି ଗୁଡିକୁ ତାଲିମ ଦେଇ ସେମାନଙ୍କ ଭାଗିଦାରୀତା ପ୍ରତି ସରକାର ଅର୍ଥ ଅନୁଦାନ ଦେବା ସତ୍ୱେ ବିଭାଗୀୟ ଅବହେଳା ଯୋଗୁଁ କାଗଜପତ୍ରରେ ଗାଁ କଲ୍ୟାଣ ସମିତି ତାଲିମ ଶେଷ ହୋଇଗଲା।
ଏହି ବର୍ଷା ଦିନରେ ମଧ୍ୟ ପାନୀୟ ଜଳ ପାଇଁ ଲୋକଙ୍କ ହାହାକାର। ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ୧୦୦ରୁ ଅଧିକ ଗାଁ ବାସି ଏବେବି ନଦୀ ନାଳ ବନ୍ଧ ପୋଖରୀ ଉପରେ ନିର୍ଭର କରୁଥିଲେ ସୁଦ୍ଧା ଏହାର ପୁନଃଋଦ୍ଧାର ନାମରେ କୋଟି ପରିମାଣରେ ଅର୍ଥ ବ୍ୟୟ ହେଉଥିଲେ ସୁଦ୍ଧା ଦୃଷ୍ଟାନ୍ତ ମୂଳକ ଆଖିଦୃଶିଆ ଆଦର୍ଶ ପୋଖରୀଟିଏ ଏହି ନିର୍ବାଚନ ମଣ୍ଡଳୀରେ ଦେଖିବା ବିରଳ ହେବ।ଯୋଜନା ଉପରେ ଥାକ ଥାକ ଯୋଜନା। ହେଲେ ଏହାର ବିନିଯୋଗ ନେଇ ଉଠୁଛି ବଡ଼ ପ୍ରଶ୍ନ। ୧୦ ବର୍ଷ ତଳେ ଯେଉଁ ଅବସ୍ଥା ଥିଲା ସେଥିରୁ କିଛି ସୁଧୁରିବାର ଆଖିପାଉନି।ସବୁରି ଆଶା ଡବଲ ଇଞ୍ଜିନ ସରକାର କିଛି କରିଦେଖାଇବ।ସରକାର ଲୋକଙ୍କ ହିତ ଆଗେଇ ଆସିବେ। କିନ୍ତୁ ଫଳ ଶୁନ। ନେତୃତ୍ୱର ଅବହେଳା ହିଁ ରେଢ଼ାଖୋଲ ଭଳି ପୁଣ୍ୟ ଭୂମିକୁ ଝୁଲାଇ ରଖିଛି।
ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଅବହେଳିତ। ଭୀମ ଭୋଇ ପୀଠ ଠାରୁ ଆରମ୍ଭ କରି ଜୁଯୋମୁରା ଦେବଝରଣ ଜଳପ୍ରପାତ ଅସୁମାରୀ ସ୍ୱପ୍ନର କାରଣ ସାଜିଛି। ଡ଼ଙ୍ଗରପଡା ପଞ୍ଚାୟତ ର ଭଣ୍ଡାର ଡୁଙ୍ଗରୀ ଯାହା ସପ୍ତର୍ଷି ପାହାଡ଼ ନାମରେ ପ୍ରସିଦ୍ଧ ତାହାର ସଂରକ୍ଷଣ ବା ପୁନଃଋଦ୍ଧାର ପାଇଁ କାହାରି ଆଖି ପାଉନି। ଅଥଚ ରେଢ଼ାଖୋଲ ର ପ୍ରତି କୋଣ ଅନୁକୋଣରେ ରହିଛି ଐତିହାସିକ ଓ ପୌରାଣିକ କିମ୍ବଦନ୍ତୀ। ପର୍ଯ୍ୟାପ୍ତ ପର୍ଯ୍ୟଟନ ସ୍ଥଳୀ ରହିଥିବା ସତ୍ତ୍ୱେ ସ୍ଥାନୀୟ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ନୀରବ ଦ୍ରଷ୍ଟା। ଅବଶ୍ୟ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଆଶାର କିରଣ ବୁଣି ପର୍ଯ୍ୟଟନ କ୍ଷେତ୍ର ଗୁଡିକ ଚିହ୍ନଟ କରି ଏହାର ବିକାଶ କିଭଳି ହୋଇପାରିବ ସେ ଦିଗ ପ୍ରତି ଧ୍ୟାନ ଦେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଓ ଜିଲ୍ଲାପାଳ ଏଦିଗରେ ତତ୍ପରତା ଦେଖାଇଥିବା ନଜରକୁ ଆସିଛି। ତେବେବି ଯେଉଁ ଗତିରେ ଏହା ଅଗ୍ରସର ହେବା କଥା ହୋଇ ପାରୁନି।ମହାନଦୀ ରୁ ରେଢ଼ାଖୋଲ ବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ର ଦଶନ୍ଧି ଧରି ସ୍ୱପ୍ନ ସାକାର କେବେ ହେବ ଏହା ସନ୍ଧିହାନ ର ବିଷୟ ହୋଇଥିବା ବେଳେ ଏକ ଉନ୍ନତ ଧରଣର ବସଷ୍ଟାଣ୍ଡ ଏହି ନିର୍ବାଚନ ମଣ୍ଡଳୀ ପାଇଁ ସ୍ବପ୍ନ ହୋଇ ରହିଯାଇଛି। ନିକଟ ଅତୀତରେ ପ୍ରଶାସନିକ ଟିମ ରେଢ଼ାଖୋଲ ରେ ଯେଉଁ ଦୁରବସ୍ଥା ର ଶିକାର ହେଲେ ତାହା ହିଁ ଲୋକଙ୍କ ପୁଞ୍ଜିଭୂତ କୋହର କାରଣଥିଲା। ରେଢ଼ାଖୋଲ ନେତୃତ୍ୱର ପରିବର୍ତ୍ତନ ସହିତ ପ୍ରଶାସନିକ କଳର ସକ୍ରିୟତା ନରହିଲେ ରେଢ଼ାଖୋଲ ର ପ୍ରଗତୀ ଅସମ୍ଭବ ଏହା ପ୍ରତିଟି ଜନତାଙ୍କ ହୃଦବୋଧ ହେଲାଣି।
ଯୋଜନା ଅନେକ ହେଲେ ଅବସ୍ଥା ବେହାଲ:ନେତୃତ୍ୱ ଅଭାବରେ ରସାତଳ ରେଢ଼ାଖୋଲ
