Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାବିତ୍ରୀ ଅମାବାସ୍ୟା ପାଇଁ ପ୍ରସ୍ତୁତି

ଯାଜପୁର: ଆସନ୍ତା କାଲି ସାବିତ୍ରୀ ଅମାବାସ୍ୟା। ଏଥିପାଇଁ ବଜାର ମାନଙ୍କରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଲୁଗା ଦୋକାନ ଠାରୁ ଆରମ୍ଭ କରି ଫଳ ମୂଳ ଦୋକାନ ପର୍ଯ୍ୟନ୍ତ ସବୁଠି ଭିଡ଼। ଉଚ୍ଚ ଦର ସାଙ୍ଗକୁ ଗହଳି ଦେଖିବାକୁ ମିଳୁଛି। ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି। ମହିଳା ମାନେ ମାଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପାଇଁ ଭିଡ଼ ଜମାଇବେ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପକେଟ ମାରଙ୍କ ଉପରେ କଡା଼ ନଜର ରଖିବା ପାଇଁ ସାଧା ପୋଷାକଧାରୀଙ୍କୁ ମୁତୟନ କରାଯାଇଥିବା ସୂଚନା ହସ୍ତଗତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ