Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧୁଗାଁରେ ୯୯ ସତକଡା ଓନାରାୟଣପାଟଣା ୯୭ ସତକଡା ପାସ୍

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଚଳିତ ବର୍ଷ୍ ଦଶମ ଶ୍ରେଣୀ ପରିକ୍ଷାରେ ୯୯ ସତକଡା ପାସ ହାର ରହିଥିବା ବେଳେ ନାରାୟଣପାଟଣା ବ୍ଲକରେ ୯୭ ସତକଡା ରହିଛି
।ବ୍ଲକରେ ୩୮୦ ଜଣଙ୍କ ମଧ୍ୟରୁ ୩୭୬ ଜଣ ପାସ ହୋଇଛନ୍ତି।ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୧୪୨ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୩୯,କେ.ଜାଗୁଗୁଡା ହାଇସ୍କୁଲର ୧୫ ଜଣ ରୁ୧୪ ପାସ ହୋଇଛନ୍ତି।ସେହିପରି ଏ.ଜାଗୁଗୁଡା ହାଇସ୍କୁଲର ୯ ଜଣ,କାତୁଲପେଟା ହାଇସ୍କୁଲର ୧୦ ଜଣ,କାନାଗାଁ ହାଇସ୍କୁଲର ୧୨ ଜଣ,କମ୍ଭୁଗଣ୍ଡା ହାଇସ୍କୁଲର ୨୦ ଜଣ,ମହାଗୁଡା ହାଇସ୍କୁଲର ୧୫ ଜଣ,କୁମ୍ଭାରିପୁଟ ଏସଏସଡି ହାଇସ୍କୁଲର ୫୪ ଜଣ, ନିଲାବାଡି ବାଳିକା ବିଦ୍ୟାଳୟର ୪୦ ଜଣ,ଆଲମଣ୍ଡା ହାଇସ୍କୁଲର ୩୮ ଜଣ ଓ ବିଭୂତି ଶେଖର ବିଦ୍ୟାପୀଠ ଡୁମାଡଙ୍ଗରର ୨୫ ଜଣ ପରିକ୍ଷା ଦେଇ ପାସ ହୋଇଛନ୍ତି।ସେହି ପରି ନାରାୟଣପାଟଣା ବ୍ଲକରେ ଥିବା ୧୧ଟି ହାଇସ୍କୁଲର ୩୮୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚଳିତବର୍ଷ ୩୫୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ I ସେଥିମଧ୍ୟରୁ ୩୪୩ ଜଣ ପାସ ହୋଇଥିବା ଜଣା ପଡିଛି।ନାରାୟଣପାଟଣା ୫-ଟି ହାଇସ୍କୁଲରେ ୧୮୦ରୁ ୧୭୨ ଜଣ ପାସ ହୋଇ ଶିକ୍ଷା ବିଭାଗ ପ୍ରତି ଅଙ୍ଗୁଳି ନିର୍ଦ୍ଧେସ କରିଛି।ସେହି ପରି ତେନ୍ତୁଳିପଦର ହାଇସ୍କୁଲରେ ୧୦ ଜଣ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିବା ବେଳେ,ତଳଗୁମାଣ୍ଡିରେ ୨ଜଣ,ପୋଡାପଦର ହାଇସ୍କୁଲର ୬ଜଣ,ଢେପାଗୁଡା ଏସ.ଏସ.ଡି ହାଇସ୍କଲୁରେ ୫୫ ଜଣ,
ଶିରିଗୁଡା ହାଇସ୍କୁଲର ୯ଜଣ,ବିଜାଘାଟି ହାଇସ୍କୁଲର ୧୪ ଜଣ,ବୋରିଗି ହାଇସ୍କୁଲର ୬ଜଣ,ପିଲକୁରୁ ହାଇସ୍କୁଲର ୧୦ ଜଣ ଓ ବାଲିପେଟା ହାଇସ୍କୁଲର ୫୯ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଦସମ ଶ୍ରେଣୀ ପରିକ୍ଷାରେ ଉତିର୍ଣ ହୋଇଛନ୍ତି।ରାଜ୍ୟ ସରକାର ୫-ଟି ନାମରେ ଅନେକ ବିଦ୍ୟାଳୟ ଗୁଡିକର ରୁପାନ୍ତିକରଣ କରିଥିଲେ ମଧ୍ୟ ପରିକ୍ଷା ଫଳ ସୁନ।ଜଣେ ହେଲେବି ଏ-୧ ପାଇ ନାହାନ୍ତି।ଜାହାକି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ନ ବାଚି ଶୃଷ୍ଟି କରିଛି।ଅପର ପଟେ ବ୍ଲକରେ ଥିବା କାସବାଲସା ହାଇସ୍କୁଲର କୌଣସି ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ନଥିବା ବେଳେ ତାର କାରଣ ଜଣାପଡି ନାହିଁ।ଏନେଇ ବ୍ଲକ ଶିକ୍ଷା ଅଧିକାରିଙ୍କୁ ଫୋନ ଯୋଗେ ଜୋଗା ଯୋଗ କରିବାରୁ ତାହା ସମ୍ଭବପର ନହେବାରୁ ତାଙ୍କର ପ୍ରତିକ୍ରିଆ ମିଳିପାରିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ