ମା ଦଣ୍ଡପାଟିଆଣି ଙ୍କ ବାର୍ଷିକ ଦଶରା, ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ।

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଗ୍ରାମ ସଦର ଗୁଡି ଠାରେ ଗ୍ରାମ ଦେବୀ ମା ଦଣ୍ଡପାଟିଆଣି ଙ୍କ ବାର୍ଷିକ ଦଶହରା ମହୋତ୍ସବ ମଙ୍ଗଳବାର ପାଳନ ହୋଇଯାଇଛି। ଗ୍ରାମ ଦେବୀ ଦଣ୍ଡପାଟିଆଣି ଙ୍କ ପୀଠ ରେ ରୀତିନୀତି ଅନୁଯାୟୀ ମଙ୍ଗଳବାର ସକାଳୁ ଗ୍ରାମ ଦେବୀ ପୂଜକ ଦେବୀ ଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ପରେ ଲାଠିଯାତ୍ରା ରେ ଦେବୀ ଗ୍ରାମ ପରିକ୍ରମା କରି ଗ୍ରାମ ର ଆବଳ ବୃଦ୍ଧ ବନିତା ଙ୍କୁ ଦର୍ଶନ ଦେଇଥିଲେ।ଏହି ସମୟରେ ମା ଙ୍କୁ ଶ୍ରଦ୍ଧାଳୁ ଭକ୍ତ ମାନେ ମୁଣ୍ଡିଆ ମାରି ନିଜ ପରିବାର ର ସୁଖ ସମୃଦ୍ଧି କାମନା କରିଥିଲେ। ପରେ ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ନିଜର ମାନସିକ ପୂରଣ ପାଇଁ ଶୁକ୍ଳ ଭୋଗ ସହ ରକ୍ତ ଭୋଗ ଅର୍ପଣ କରିଥିଲେ। ଦଶହରା ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବଜାଶାଲ, ନାଟକ ଓ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ଗଜାନନ ପୁଝାରି ଙ୍କ ସଭାପତିତ୍ୱ ରେ ସାଂସ୍କୃତିକ ମଞ୍ଚ ପୂଜନ ଖଗେଶ୍ୱର ପୁଝାରି ଓ ଶରତ ଚନ୍ଦ୍ର ପୁଝାରି କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିଦ ଶିକ୍ଷାବିଦ ଲକ୍ଷ୍ମଣ ପଟେଲ,ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,
ବିଜେପି ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା,
ସମାଜସେବି ଶୋଭାରାମ ଜାଲ, ଜୟରାମ ପୁଝାରି ଉପସ୍ଥିତ ରହି ଦେବୀ ଙ୍କ ଦଶହରା ଅବସରରେ ଶୁଭେଚ୍ଛା ଜଣାଇଥିଲେ। ମଞ୍ଚ ପରିଚାଳନା ରେ ଶିକ୍ଷକ ବୈକୁଣ୍ଠ ଜାଲ,ମୌସୁମୀ କାନ୍ତ ପଟେଲ ସହଯୋଗ କରିଥିଲେ। ପରେ ମଞ୍ଚ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଦଶହରା ମହୋତ୍ସବ କାର୍ଯ୍ୟକ୍ରମ କୁ ଫୁଫଗାଁ ପୂଜା କମିଟି ର ସଭାପତି ପର୍ଶୁରାମ ସାହୁ, ଉପ ସଭାପତି ରାଧେଶ୍ୟାମ ପଟେଲ, ସମ୍ପାଦକ ହେମନ୍ତ ଜାଲ, ସହ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶବର, ଉପଦେଷ୍ଟା ନିଳାମ୍ବର ବାରିକ, ଡମ୍ବରୁ ଧର ସେଠି, ସାଧୁରାମ ପଟେଲ, ପ୍ରଦୀପ କୁମାର ନାଏକ ଓ କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ।