ଉଦଯାପିତ ହେଲା ଦଣ୍ଡପାଟ ଦଶରା ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଳେ ଦର୍ଶକ।

କଳାହାଣ୍ଡି,୧୫/୧୦
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ଗୋତମୁଣ୍ଡା ଠାରେ ୩ ଦିନ ଧରି ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଦେବୀ ଙ୍କ ଦଣ୍ଡପାଟ ଦଶରା ମହୋତ୍ସବ ମଙ୍ଗଳବାର ରାତିରେ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟାରେ ଦଶରା କମିଟି ର ସଭାପତି ହେମନ୍ତ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗଦେଇ ମା ସର୍ଵ ମଙ୍ଗଳା ଘାଟି ମୁଣ୍ଡିଆଣି ଅଞ୍ଚଳବାସୀ ଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ ବୋଲି ପ୍ରାର୍ଥନା ସହ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ଆଦିବାସୀ ସଙ୍ଘ ସଭପତି ପ୍ରକାଶ ଚନ୍ଦ୍ର ମାଝୀ, ବ୍ଲକ ସମ୍ପାଦକ ତ୍ରିନାଥ ଶବର,ବିଜେପି ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା,ମଧୁବନ ପାତ୍ର,ବସନ୍ତ ନାଗ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ନିଶା ନିବାରଣ, ସମାଜସେବା ଓ ଆଧ୍ୟାତ୍ମିକତା ର ପ୍ରଚାର ପ୍ରସାର, ପ୍ରକୃତି ସୁରକ୍ଷା ପାଇଁ ଅହରହ ଉଦ୍ୟମରତ ପୂଜ୍ୟ ଗୁରୁଜୀ ଶ୍ରୀ ଜଗତାନନ୍ଦ ମହାରାଜ, ଆଦିବାସୀ ମାନଙ୍କ ହକ ଓ ଲଢେଇ ପାଇଁ ତତ୍ପର ଥିବା ବ୍ଲକ ସମ୍ପାଦକ ତ୍ରିନାଥ ଶବର, ଯୁବ ସମାଜସେବି ଶ୍ୟାମ ସୁନ୍ଦର ମାଝୀ,ଜିଲ୍ଲା ଆଦିବାସୀ ସଙ୍ଘ ସାଧାରଣ ସମ୍ପାଦକ ଋତୁରାଜ ମାଝୀ,ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲ ଙ୍କୁ ଦଣ୍ଡପାଟ ଦଶରା ମହୋତ୍ସବ କମିଟି ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।ମଞ୍ଚ ପରିଚାଳନା ରେ ଉଡ଼ଘୋଷକ ଭାବେ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ସୁନ୍ଦର ଶବ୍ଦ ସଂଯୋଜନା ସହ ମଞ୍ଚ ପରିଚାଳନା କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦଣ୍ଡପାଟ ଦଶରା କମିଟି ପକ୍ଷରୁ ପୂର୍ଣ୍ଣ ଚନ୍ଦ୍ରନାଏକ, ଯଦୁମଣି ଦୁର୍ଗା, ଭରତ ଚନ୍ଦ୍ର ପୂଝାରି,ପିଣ୍ଟୁ ବାଗ, ରୋମାଞ୍ଚଳ ପୂଝାରୀ,ତୁଲାରାମ ଗୋପାଳ, ଭରତ ଦୁର୍ଗା,ଦ୍ରୋଣଚାର୍ଯ୍ୟ ପୂଝାରି ସମେତ ଗ୍ରାମବାସୀ ମାନେ ଦଣ୍ଡପାଟ ଦଶରା ମହୋତ୍ସବ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ଭୂମିକା ନେଇ ସହଯୋଗ କରିଥିଲେ।