Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ

ଯାଜପୁର : କୋଟି କୋଟି ଟଙ୍କା ଖର୍ଚ୍ଚ କରି ପଂଚାୟତ ମାନଙ୍କରେ ବସୁଧା ପକଳ୍ପ ଥାଇ ମଧ୍ୟ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ଗ୍ରାମର ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ନଳକୂପ ପାଖରେ ମହିଳା ମାନଙ୍କ ଧାଡ଼ି ଲାଗୁଛି| ଏଭଳି ସମସ୍ୟା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଥାଲକୁଡି ପଂଚାୟତ କରାଣ୍ଡିପୁର ଗ୍ରାମରେ| ଗ୍ରାମରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟାଏ ନଳକୂପରୁ ଲୁଣି ପାଣି ଆସୁଥିବା ହେତୁ ଅନ୍ୟ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୫୦ ରୁ ଉର୍ଦ୍ଧ ପରିବାରl ପଂଚାୟତରେ ବସୁଧା ପାନୀୟ ଜଳ ପ୍ରକଳ୍ପ ହୋଇଥିଲେ ହେଁ ଏଯାବତ ଗ୍ରାମବାସୀଙ୍କ ଉପଯୋଗୀ ହୋଇପାରିନି। ବସୁଧା ଯୋଜନାରେ ପାଇପ ଲାଇନ ଯୋଗେ ପାଣି ଆସୁ ନଥିବା ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରୁନି| ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ଲାଗି ଖରା ତାତି ବଢ଼ି ଚାଲିଥିବା ବେଳେ ପାନୀୟ ଜଳର ଏଭଳି ସଙ୍କଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି| ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରି ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ