Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ୟା ଘେରରେ ଦଶରଥପୁର ଆଇସିଡିଏସ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ସମ୍ୱନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ସମସ୍ୟା ମଧ୍ୟରୁ ମୁକୁଳିପାରୁନି। କାର୍ଯ୍ୟାଳୟର ନିଜସ୍ୱ ଗାଡି ଖଣ୍ଡିଏ ନ ଥିବା ବେଳେ କାର୍ଯ୍ୟାଳୟ ପାଇଁ ଉପଲବ୍ଧ କୋଠରୀ ପର୍ଯ୍ୟାପ୍ତ ହେଉନି । ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ କେତେକ ପଦବୀ ଫାଙ୍କା ପଡିଛି। ମୁଖ୍ୟ କିରାଣୀ ଅସୁସ୍ଥତା ଯୋଗୁଁ ବର୍ଷାଧିକ କାଳ ହେବ ଛୁଟିରେ ଅଛନ୍ତି। ଜାନୁଆରୀ 31 ପରଠୁ ମଞ୍ଜୁଳା ରଥ ଅବସର ନେବା ପରେ ଦୁଇ ମାସରୁ ଉର୍ଦ୍ଧ ଏହି ପଦବୀ ଫାଙ୍କା ପଡିଥିଲା । ଗତ ମାସ 21 ତାରିଖରେ ଶାନ୍ତିଲତା ସେଠୀ ସିଡିପିଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ବ୍ଲକରେ ସମୁଦାୟ 311 ଅଙ୍ଗନବାଡି କେନ୍ଦ୍ର ଚାଲୁଥିବା ବେଳେ ସେଥି ମଧ୍ୟରୁ ବରିଆଣା ଠାରେ ଗୋଟିଏ ମିନି ଅଙ୍ଗନବାଡି କେନ୍ଦ୍ର ରହିଛି। 11 ଜଣ ସୁପରଭାଇଜରଙ୍କ ଜାଗାରେ 9 ଜଣ ଓ ସହାୟିକା 310 ଜାଗାରେ 302 ଅଛନ୍ତି । 245 ଟି ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ସେଥି ମଧ୍ୟରୁ 160 ଟି ସମ୍ପୂର୍ଣ ହୋଇଛି ଓ 53 ଟି ଗୃହର କାମ ଚାଲିଛି। ବିଭିନ୍ନ କାରଣ ଯୋଗୁଁ 32 ଟି ଗୃହ ନିର୍ମାଣ କାର୍ଯ୍ଯ ଅଟକି ରହିଛି। କୋଠରୀ ଅଭାବ ଯୋଗୁ ସୁପର୍ଭାଇଜର ମାନଙ୍କୁ ବାରଣ୍ଡାରେ ବସି ନଥି ପତ୍ର କାର୍ଯ୍ୟ କରିବାକୁ ପଡୁଛି । ତଦାରଖ ପାଇଁ ନିଜସ୍ଵ ଗାଡି ଅତି କମ୍ ରେ ଦୁଇଟି କୋଠରୀ, ଗୋଟିଏ ହଲ ଓ ଉନ୍ମତ ମାନର ଶୌଚାଳୟ ଆବଶ୍ୟକ । ପ୍ରକାଶ ଥାଉ କି ଯାଜପୁର ଓ ବିଞ୍ଝାରପୁରର ଦୁଇ ବିଧାୟକ ଏବେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ  ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଥିବାବେଳେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ରାଜସ୍ବ ବିପର୍ଯୟ ପରିଚାଳନା ମନ୍ତ୍ରୀ । ଏତେ ସବୁ ସତ୍ତ୍ୱେ ଦଶରଥପୁର ସମନ୍ଵିତ ଶିଶୁ ବିକାଶ ବିଭାଗର ମୌଳିକ ସମସ୍ୟା ସମାଧାନ ହୋଇ ନ ପରିବା ଅତ୍ୟନ୍ତ ଦୁଃଖର ବିଷୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ