Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକାକୋଲା ଥଣ୍ଡା ବୋତଲ ଭିତରେ ପୋକ

ଆପଣ ଥଣ୍ଡା ପିଉଛନ୍ତି କି ତେବେ ସାବଧାନ ହେଇଯାଆନ୍ତୁ ।ନଚେତ ଆପଣ ମଧ୍ୟ କେତବେଳେ ଥଣ୍ଡା ପିଉ ପିଉ ପୋକ ବି ପିଇ ଦେଇପାରନ୍ତି ।କୋକା କୋଲା ବୋତଲ ଭିତରେ ଭାସୁଛି ପୋକ।ଏଭଳି ଅଭିଯୋଗ ଆଣିଛନ୍ତି ଗ୍ରାହକ ଯେ କିପରି କୋକାକୋଲା ଥଣ୍ଡା ବୋତଲ ଭିତରେ ଭାସୁଛି ବଡ଼ ବଡ଼ ପୋକ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଟାଉନ ସ୍ଥିତ ବିରଜା ମନ୍ଦିର ନିକଟରେ ଥିବା ଧନେଶ୍ୱର ପାନ ଦୋକାନରୁ| ଗତ କାଲି ରାତି ସମୟରେ ଜଣେ ଗ୍ରାହକ ଆସି କୋକାକୋଲା ଥଣ୍ଡା ମାଗିଥିଲେ ଆଉ ଧନେଶ୍ୱର କୋକାକୋଲା ଥଣ୍ଡା ବୋତଲ ଦେଇଥିଲେ ।କିନ୍ତୁ ସେ ବୋତଲ ଖୋଲିବା ପୂର୍ବରୁ ନଜର ପଡିଥିଲା ବୋତଲ ଭିତର କୁ ।ବୋତଲ ଭିତରେ ଏକ ବଡ଼ ପୋକ ଭାସୁଥିବା ଦେଖିବାକୁ ପାଇଥିଲେ ।ସେପଟରେ ଦୋକାନି ଧନେଶ୍ୱର ଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ କଣ କରିବୁ? ଯାହା କମ୍ପାନୀ ଯୋଗାଇ ଦେଉଛି ତାହା ଆମେ ଗ୍ରାହକଙ୍କୁ ଯୋଗାଇ ଦେଉଛୁ| ତେବେ ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଗ୍ରାହକ ଆଦିତ୍ୟ ନାଥ ଶର୍ମା|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ