Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ।

କଳାହାଣ୍ଡି,୧୫/୧୧
ମତ୍ସ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ରେ ଚାଷି ଙ୍କୁ ସଚେତନ ଓ ସ୍ୱାବଲମୀ କରିବା ପାଇଁ ମତ୍ସ ଓ ପ୍ରାଣୀ ସମ୍ପଦ ଅଧୀନରେ ରହିଥିବା ବିଭିନ୍ନ ଯୋଜନା କୁ ଚାଷି ଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ମେଳା ଚଳିତ ବର୍ଷ ଠାରୁ ଅନୁଷ୍ଠିତ ହେଉଛି।
ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା କୋକସରା ସଦର ଧାନ ମଣ୍ଡି ରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଡ଼ ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଙ୍କ ବ୍ଲକ ପ୍ରତିନିଧି ଗୋଦାବରୀଶ ପାତ୍ର,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ ମଧୁସୂଦନ ଦାସ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ମତ୍ସ ଅଧିକାରୀ ପ୍ରଣତି ନାୟକ , ବିଧାୟକ ପ୍ରତିନିଧି ଦୁର୍ଗା ପ୍ରସାଦ ପ୍ରଧାନୀ,ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ରାଜ୍ୟ ସରକାରଙ୍କ ମତ୍ସ ଓ ପ୍ରାଣୀ ସମ୍ପଦ ବିଭାଗ ରେ ରହିଥିବା ଚାଷି ଙ୍କ ପାଇଁ ବିଭିନ୍ନ ଯୋଜନା ନେଇ ପରାମର୍ଶ ଦେଇଥିଲେ।।କାର୍ଯ୍ୟକ୍ରମ କୁ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀପ୍ରସନ୍ନ କୁମାର ପରିଡା ସ୍ୱାଗତ ଅଭିଭାଷଣ ରଖିବା ସହ ପ୍ରାଣୀ ସମ୍ପଦ,ଗୋପାଲନ ନେଇ ଉପାଦେୟ ଯୋଜନା ବିଷୟରେ ପରାମର୍ଶ ଦେଇଥିଲେ। ମଞ୍ଚ ସଂଯୋଜନା ଶିକ୍ଷକ ବୈକୁଣ୍ଠ ଜାଲ କରିଥିଲେ।ଏହି ଅବସରରେ ମତ୍ସ ଓ ପଶୁ ପାଳନ ରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ଗୋପାଲନ ରେ କୁମୁଦ ଚନ୍ଦ୍ର ପାତ୍ର,ଛେଳି ପାଳନ ଡିଙ୍ଗର ପାତ୍ର,ବତକ ପାଳନ ପାଇଁ ତାପସ ରଞ୍ଜନ ରାୟ,କୁକୁଡ଼ା ପାଳନ ପାଇଁ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ସାନ ପୋଡ଼ାଗୁଡା ,ମତ୍ସ ପୋଖରୀ ଯୋଜନା ପାଇଁ ନାରାୟଣ ପଟ୍ଟନାୟକ,ବାୟୋ ଫ୍ଲକ୍ସ ପାଇଁ ମହିଳା ଚାଷି ଭାରତୀ ମହାନ୍ତି, ନେଟୱର୍କ ଅଫ ସିଡ ଗ୍ରୋୟର ପାଇଁ ସୁଦର୍ଶନ ବେହେରା ଓ ପିସି କଲଚର ଇନ ଜିପି ଟେଙ୍କ ପାଇଁ ମା ମାଣିକେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଅତିଥିମାନେ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଆଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ କୋକସରା ମତ୍ସ ଓ ପଶୁ ସମ୍ପଦ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ