Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ନୂତନ କର୍ମକର୍ତ୍ତା ନିର୍ବାଚନ, ନିର୍ଦ୍ବନ୍ଦ ରେ ମନୋନୀତ।

କଳାହାଣ୍ଡି,୧୬/୧୧
ହରିପୁର ରୋଡ଼ କଟକ ଶିକ୍ଷକ ସଂଘ ପକ୍ଷରୁ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ରବିବାର ଦିନ ଟେମରା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଧୀରେନ ପଟ୍ଟନାୟକ ଙ୍କ ତତ୍ୱାବଧାନ ରେ ତଥା ଶିକ୍ଷକ ଅତୁଲ୍ୟ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ପ୍ରଥମ ଅଧିବେଶନ ରେ କଳାହାଣ୍ଡି ଜିଲ୍ଲା ସଭାପତି ବିରେନ୍ଦ୍ର ବାଗ, ଜିଲ୍ଲା ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ନାଏକ,ଜିଲ୍ଲା ସାଙ୍ଗଠାନିକ ସମ୍ପାଦକ ପଦ୍ମଲୋଚନ ନାଏକ,ଜିଲ୍ଲା କୋର କମିଟି ସଦସ୍ୟ ବେଣୁଧର ନାଏକ,ପୂର୍ବତନ ସଙ୍ଘ ସଭାପତି ଭୁରିଶ୍ରବା ଜାଲ ଙ୍କ ଉପସ୍ଥିତି ରେ ସାଙ୍ଗଠାନିକ ଆଲୋଚନା କରାଯାଇଥିଲା।ଦ୍ଵିତୀୟ ଅଧିବେଶନ ରେ ରାଜ୍ୟ ସଭାପତି ଧୀରେନ ପଟ୍ଟନାୟକ ଓ ବିଭିନ୍ନ ବ୍ଲକ ରୁ ଯୋଗ ଦେଇଥିବା ଶିକ୍ଷକ ସଂଘ ର କର୍ମକର୍ତ୍ତା ଓ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମିଳିତ ଆଲୋଚନା ପରେ ସର୍ଵ ସମ୍ମତ୍ତି କ୍ରମେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ନୂତନ ସଭାପତି ଭାବେ ବିର କିଶୋର ନାଗ,ଉପ ସଭାପତି ଭାବେ
ଅମୂଲ୍ୟ ବେହେରା,ସୁଭାଷ ଚନ୍ଦ୍ର ବାଗ, ଶିକ୍ଷୟିତ୍ରୀ ସ୍ବର୍ଣ୍ଣାଲତା ପାଳ, ସମ୍ପାଦକ ଭାବେ ଦିଲିପ କୁମାର ସାହୁ,ସହ ସମ୍ପାଦକ ଭାବେ,ମଣିରାମ ମାଝୀ,ଜୟନ୍ତ ଦିଶାରୀ, ଅଜିତ କୁମାର ସାହୁ, ପ୍ରସନ୍ନ ନାଏକ, ମଦନ ଲାଲ ନାଏକ,କୋଷାଧ୍ୟକ୍ଷ ଦୁଲ୍ଲଭ ଚନ୍ଦ୍ର ପୁଝାରି,ଗୋଷ୍ଠି ସମ୍ପାଦକ ଭାବେ ସୁମନ ଅର୍ପିତ ପଣ୍ଡା ,ମିଡିଆ ସେଲ ସଂଯୋଜକ ପ୍ରେମଲାଲ ସାହୁ ଙ୍କୁ ଚୟନ କରାଯାଇଛି। ମନୋନୀତ ନୂତନ କର୍ମକର୍ତ୍ତା ଙ୍କୁ ଶିକ୍ଷକ ସଂଘ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ମଞ୍ଚ ସଂଯୋଜନା ରେ ଶିକ୍ଷକ ନିଳାମ୍ବର ଦାସ ସହଯୋଗ କରିଥିଲେ। ଏହାସହ ପୂର୍ବତନ ସଭାପତି ଭୁରିଶ୍ରବା ଜାଲ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଘାସିରାମ ନାଏକ, ଅମୀୟ କୁମାର ଜେନା,ଶୁଭେନ୍ଦୁ ପ୍ରସାଦ ମହାପାତ୍ର, ରତିକାନ୍ତ ମହାରଣା ସମେତ ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ