ଟିଚର୍ସ ପ୍ରିମିୟର କ୍ରିକେଟ ଲିଗ୍ ସିଜନ ୪, ୨୦୨୫ କୋକସରା ଟିଚର୍ସ ଚ୍ୟାଲେଞ୍ଜର୍ସ ଚମ୍ପିୟାନ।
କଳାହାଣ୍ଡି,୦୧/୧୨
ଧର୍ମଗଡ଼ ବ୍ଲକ ବେହେରା ଦନ୍ତେଶ୍ୱରୀ ହାଇସ୍କୁଲ ଦ୍ୱାରା ଆୟୋଜିତ ଟିଚର୍ସ ପ୍ରିମିୟର କ୍ରିକେଟ ଲିଗ୍ ସିଜନ ୪, ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ରେ କୋକସରା ଟିଚର୍ସ ଚ୍ୟାଲେଞ୍ଜର୍ସ ଚମ୍ପିୟାନ ହୋଇଛନ୍ତି। ବେହେରା ଧନୁଯାତ୍ରା ପଡ଼ିଆରେ ଟିଚର୍ସ ପ୍ରିମିୟର ଲିଗ୍- ୨୦୨୫ ଟୁର୍ଣ୍ଣାମେଣ୍ଟ ରେ ମୋଟ ଦଶଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ କୋକସରା ଚ୍ୟାଲେଞ୍ଜର୍ସ ଏବଂ ପରଲା ଟାଇଗର୍ସ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ପରଲା ଟାଇଗର୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଚ୍ୟାଲେଞ୍ଜର୍ସଙ୍କ ଅସାଧାରଣ ବୋଲିଂ ପ୍ରୟାସ ଯୋଗୁଁ ୭ ଓଭରରେ ମାତ୍ର ୪୫ ରନ କରି ଅଳ ଆଉଟ ହୋଇଥିଲେ।କୋକସରା ଚ୍ୟାଲେଞ୍ଜର୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା, ୪ ଓଭର ମଧ୍ୟରେ ୫ ୱିକେଟ ହରାଇଥିଲା। ଉପ-ଅଧିନାୟକ ସୁମନ ଅର୍ପିତ ପଣ୍ଡା ଆଗକୁ ଆସି ଇନିଂସକୁ ଚମତ୍କାର ଭାବରେ ପରିଚାଳନା କରିବା ସହ ଶେଷ ମୁହୂର୍ତ୍ତରେ ଏକ ଚମତ୍କାର ବାଉଣ୍ଡରୀ ମାରି ନିଜ ଦଳକୁ ବିଜୟୀ କରାଇଥିଲେ। ସମଗ୍ର ସିରିଜରେ ଉତ୍କୃଷ୍ଟ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ, ସମୀର ରଞ୍ଜନ ପ୍ରଧାନଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଟ୍ରଫି ପ୍ରଦାନ କରାଯାଇଥିଲା। ବିଜୟୀ ଅଧିନାୟକ ନାଥ ସିଂ ଆୟୋଜକ ଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। ବେହେରା ଦନ୍ତେଶ୍ୱରୀ ହାଇସ୍କୁଲ ପକ୍ଷରୁ ସମସ୍ତ ଟିମ ଓ ଖେଳାଳୀ ଙ୍କୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା।

