ମାଣବସା ଲକ୍ଷ୍ମୀପୂଜା, ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଓ କଳସ ଯାତ୍ରା ।
କଳାହାଣ୍ଡି,୦୧/୧୨
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗାପଦର ଗ୍ରାମ ମା କପାଟ ଦରେନ ପୂଜା କମିଟି ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ମାଣବସା ମା ମହାଲକ୍ଷ୍ମୀ ଙ୍କ ପୂଜନୋତ୍ସଵ ଓ ଅଷ୍ଟ ପ୍ରହାର ନାମଯଜ୍ଞ ଉପଲକ୍ଷେ ସୋମବାର ଅଧିବାସ ଓ କଲସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂଜାକର୍ତ୍ତା ଭାବେ ଶ୍ରୀ ଦିରନ ଜୁଏଡ଼ ଶ୍ରୀମତୀ ନିଲା ଜୁଏଡ଼ ସପତ୍ନୀକ ପୂଜାକାର୍ଯ୍ୟ ନିର୍ବାହ କରିବେ। ଆଜି ଭାବ ଭକ୍ତିମୟ ପରିବେଶ ରେ ସଂକୀର୍ତ୍ତନ ଦଳ ର ତାଳେ ତାଳେ ଶତାଧିକ ଗ୍ରାମବାସୀ ଙ୍କ ଗହଣ ରେ କର୍ତ୍ତା ବରଣ ପରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପୂଜକ ଙ୍କ ପୂଜାର୍ଚ୍ଚନା ପରେ ନଦୀ ରୁ ମନ୍ତ୍ର ଉଚ୍ଚାରିତ ପବିତ୍ର ଜଳ କଲସ ରେ ଧାରଣ କରି ପୂଜା ମଣ୍ଡପ ରେ ସ୍ଥାପନ କରାଯାଇଛି। ୬ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ରେ ଲକ୍ଷ୍ମୀ ପୂଜା ପୁରାଣ ପଠନ, ଅଷ୍ଟ ପ୍ରହର ନାମଯଜ୍ଞ ଓ ଆନନ୍ଦ ବଜାର ରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଛି। ପୂଜା କମିଟି ପକ୍ଷରୁ ସଭାପତି ବାସୁଦେବ ନାଗ, ଉପ ସଭାପତି ରୂପେ କଟା, ସମ୍ପାଦକ ପ୍ରେମଲାଲ ନାଗ, ସହ ସମ୍ପାଦକ ସୁବାସ ନାଗ, କୋଷାଧ୍ୟକ୍ଷ ଶୁକ୍ରୁ ନାଗ, ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଓ ଗ୍ରାମବାସୀ ପ୍ରମୁଖ ପରିଚାଳନା ରେ ସହଯୋଗ କରୁଛନ୍ତି।

