Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚତୁର୍ଥ ଦିନରେ ମୁରିବାହାଲ ଧନୁଯାତ୍ରା ମହୋତ୍ସବ, ଦର୍ଶକଙ୍କୁ ଆକୃଷ୍ଟ କରୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମିନାବଜାର !

ବଲାଙ୍ଗୀର,୨୧/୧୨ : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଧନୁଯାତ୍ରା ପଡ଼ିଆ ଠାରେ ଚାଲିଥିବା ସପ୍ତମ ବର୍ଷ ବ୍ଲକ୍ ସ୍ତରୀୟ ଧନୁଯାତ୍ରା ମହୋତ୍ସବର ଶନିବାର ଥିଲା ଚତୁର୍ଥ ରଜନୀ । ମହୋତ୍ସବର ଚତୁର୍ଥ ରଜନୀରେ ରାଜ ଦରବାରରେ ରାଜକୀୟ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ତଥା ଆୟୋଜକ କମିଟିର ମୁଖ୍ୟ ପୁରୋଧ୍ୟା ଶ୍ରୀବତ୍ସ ବେହେରା ଯୋଗଦାନ କରି ଆଗାମୀ ଦିନରେ ମୁରିବାହାଲ ଧନୁଯାତ୍ରା ମହୋତ୍ସବକୁ ରାଜ୍ୟର ଦ୍ବିତୀୟ ଧନୁଯାତ୍ରା ଭାବେ ଯେଉଁ ଭଲି ଭାବେ ପରିଚିତ ପାଇବ ସେ ଦିଗରେ ତାଙ୍କର ଉଦ୍ୟମ ଓ ପ୍ରଚେଷ୍ଠା ଜାରୀ ରହିବ ବୋଲି ପ୍ରତିଶୃତି ଦେଇଥିଲେ । ମୁଖ୍ୟବକ୍ତା ରୂପେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଆଶିଷ କୁମାର ମିଶ୍ର ଦେଇ ଏହି ମହୋତ୍ସବର ଗୋପପୁର (ବନବାହାଲ) ଗାଁକୁ ସ୍ଥାୟୀ ରାସ୍ତା ନିର୍ମାଣ ଦିଗରେ ଆଗାମୀ ଦିନରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିବେ ବୋଲି ମତ ରଖିଥିବା ବେଳେ ତାଙ୍କୁ ଆୟୋଜକ କମିଟି ପକ୍ଷରୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମହୋତ୍ସବ କମିଟି ପକ୍ଷରୁ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଡିଗ୍ରୀ କଲେଜ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ପୁଡ଼ିସରା ସ୍କୁଲ ପ୍ରଧାନଶିକ୍ଷକ ସୁବାସ ପଟ୍ଟନାୟକ, ଇଛାପଡ଼ାର ପୂର୍ବତନ ସରପଞ୍ଚ ସାବିତ୍ରୀ ମହାନନ୍ଦ, ମାଲିଶିରା ପେକ୍ସ ସମ୍ପାଦକ ପିତାମ୍ବର ବାଗ, ବ୍ୟବସାୟୀ ପୃଥ୍ୱୀରାଜ ପାତ୍ର, ଅମିତ ଅଗ୍ରୱାଲ, ହଳଦୀ ମଣ୍ଡଳ ବିଜେପି ସଭାପତି ସୁବାଷ ପୋଢ଼, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଈଶ୍ୱର ପୁଟେଲ, ମହାଦେବ ଟାହାଣୀ, ସୁରେଶ ଭୋଇ, ସମାଜସେବୀ ଲାଲ ବାହାଦୁର ପୁଟେଲ, ସରୋଜ କୁମାର ବାଗ ଏବଂ ଗୁଡିଘାଟର ସ୍ବେଚ୍ଛାସେବୀ ମକୁନ୍ଦ ବଗର୍ତ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ମହୋତ୍ସବ କମିଟିର ସଭାପତି ତରୁଣ କୁମାର ପୋଢ଼ ସଭାପତିତ୍ବ କରିଥିବା ବେଳେ କମିଟିର ଲିଲୁ ମୋହନ ପଧାନ ମଞ୍ଚ ପରିଚାଳନା କରିଥିଲେ । ଧନ୍ୟବାଦ ଦେଇଥିଲେ କମିଟିର ସଦସ୍ୟ ଦନାର୍ଦ୍ଦନ ବଗର୍ତ୍ତୀ । ମହାରାଜ କଂସଙ୍କ ଦରବାରରେ ସୁଦର୍ଶନ ଦୀପ ଓ ସାଥିଙ୍କ ପାରମ୍ପାରିକ ନୃତ୍ୟ ପରିବେଷିତ ହୋଇଥିଲା । ତେବେ ଏହି ମହୋତ୍ସବରେ ଚତୁର୍ଥ ରଜନୀରେ ବନ୍ଦୀ ଘରେ ଶ୍ରୀକୃଷ୍ଣଙ୍କ ଜନ୍ମ, କଂସ ଙ୍କ ଦ୍ଵାରା ପୁତୁନା ପ୍ରେରଣ, ଷଡମଲ୍ଲ ବିନାଶ ମଞ୍ଚସ୍ଥ ହୋଇଥିଲା । ଶୀତୁଆ ରାତିରେ ଦର୍ଶକଙ୍କୁ ମୀନାବଜାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories