Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନେଗୀଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ।

କଳାହାଣ୍ଡି,୧୯/୦୧
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ ନେଗୀଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ାବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଯୁବରାଜ ଜାଲ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ , ମୁଖ୍ୟବକ୍ତା ଭାବେ ମହିଚଲା ହାଇସ୍କୁଲ ବରିଷ୍ଠ ଶିକ୍ଷକ ସୂର୍ଯ୍ୟ ପ୍ରସାଦ ଠାକୁର, ସ୍ଵତନ୍ତ୍ର ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି , ସମ୍ମାନୀତ ଅତିଥି ଭାବେ ଡ଼ହଗାଁ ହାଇସ୍କୁଲ ବରିଷ୍ଠ ଶିକ୍ଷକ ସାମନ୍ତ ପଟ୍ଟଯୋଶୀ , ଏସ୍ ଏମ ଡି ସି ସଭ୍ୟ ଖଗପତି ଗୋପାଲ, ସମିତି ସଭ୍ୟ ରାଜୀବ ଖମାରୀ ପ୍ରମୁଖ ଉଦଘାଟନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ଵାଗତ ସଙ୍ଗୀତ ଗାନ କରିବା ସହ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ କିଭଳି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ହେବ ସେଥି ନିମନ୍ତେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ଶିକ୍ଷକ ରୋହିତ ସେଠ, କୁମୁଦ ନାଗ, ତନୂଜା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଦିପ୍ତିରଞ୍ଜନ ଠାକୁର, ସମ୍ବିତ କୁମାର ନାୟକ, ସଂଘମିତ୍ରା ପ୍ରଧାନୀ, କାମାକ୍ଷ ରାଉତ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories