Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାଘମାରୀ ଗ୍ରାମରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ଗ୍ରାମର ମହିଳା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଘମାରୀ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ଗ୍ରାମରେ ଥିବା ବ୍ୟବହାର ଉପଯୋଗୀ ନଳକୂପ କୁ ଗ୍ରାମର ଜୈନିକ ମହିଳା ଅଚଳ କରି ଦେଇ ପାଣି ନେବାକୁ ଅନ୍ୟମାନଙ୍କୁ ମନା କରିବା ସହିତ ଗଳିଗୁଲଜ କରୁଥିବା ଅଭିଯୋଗ ହୋଇଛି।ଏନେଇ ବାଘମାରୀ ଗ୍ରାମର ମହିଳାମାନେ ଶନିବାର ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବା ସହିତ ତୁରନ୍ତ ଏହାର ସମାଧନା କରିବା ପାଇଁ ଦାବୀ କରିଛନ୍ତି। ଅଭିଯୋଗମତେ ଗ୍ରାମରେ ପାନୀୟ ଜଳ ପାଇଁ ତିନୋଟି ନଳକୂପ ରହିଛି। ତନ୍ମଧ୍ୟରୁ ମାତ୍ର ଗୋଟିଏ ନଳକୂପ ର ପାଣି ବ୍ୟବହାର ଉପଯୋଗୀ ଅଟେ। ଗ୍ରାମର ମହିଳାମାନେ ସେହି ନଳକୂପ ରୁ ପାଣି ନେବାକୁ ଗଲେ ଗ୍ରାମର ଜଣେ ମହିଳା ଗାଳି ଗୁଲଜ କରିବା ସହିତ ପାଣି ନେବାକୁ ଦେଉ ନ ଥିବା ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ମହିଳା ଜଣକ ସେହି ନଳକୂପର ଚେନ ଟି ଖୋଲି ଦେଇଛନ୍ତି।ଫଳରେ ଗ୍ରାମବାସୀ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି। ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଲୋକଙ୍କୁ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ପ୍ରସାଶନ ନିର୍ଦ୍ଦେଶ ଦେଇଛନ୍ତି।ମାତ୍ର ଜଣେ ବ୍ୟକ୍ତିଙ୍କ ଅରାଜକତା ଯୋଗୁଁ ଗ୍ରାମବାସୀ ପାଣି ନ ପାଇବା ଘଟଣା କୁ ଗମ୍ଭିରତାର ସହିତ ନେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ସେହି ନଳକୂପ କୁ ପାଣି ନେବାକୁ ଗଲେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି।ମହିଳାମାନେ ବୀରମହାରାଜପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ଦାବୀପତ୍ର ଦେଇ ତୁରନ୍ତ ଏହାର ସମାଧାନ କରିବାକୁ ଦାବୀ କରିଛନ୍ତି। ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଅଜିତ ମିର୍ଦ୍ଧା ଦାବୀପତ୍ର ଗ୍ରହଣ କରିଛନ୍ତି। ଅଭିଯୋଗ ପରେ ବୀରମହାରାଜପୁର ପୋଲିସ ବାଘମାରୀ ଯାଇ ଘଟଣାର ତଦନ୍ତ କରିଛି। ଅଚଳ ନଲକୂପ ର ଚେନ ଲାଗାଇବା ସହିତ କାର୍ଯ୍ଯକ୍ଷମ କରାଯାଇଥିବା ଜଣାପଡିଛି।