ମମତା ହଟିଲେ ‘ଟିଏମସି’ ର ନେତା ହେଲେ ଶୋଭନଦେବ ଚଟ୍ଟୋପାଧ୍ୟାୟ!
ପଶ୍ଚିମବଙ୍ଗ,୧୦।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ ନେବା ପରେ ‘ଟିଏମସି’ ଶନିବାର ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକ ନିଯୁକ୍ତି କରିଛି।
ଦଳର ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ କରାଯାଇଥିବା ବେଳେ ବିଧାୟିକା ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ବିରୋଧୀ ଦଳ ଉପନେତା ଭାବରେ ନିଯୁକ୍ତ କରାଯାଇଛି। ଏହାସହ ଫିରହାଦ ହାକିମଙ୍କୁ ଟିଏମସିର ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରଯାଇଛି । ଏକ ବିଜ୍ଞପ୍ତି ଜାରି କରି ଦଳ ନବନିଯୁକ୍ତ ନେତାମାନଙ୍କୁ ଅଭିନନ୍ଦନ ଜଣାଇଛି ଏବଂ ଜନସେବା ଏବଂ ବଙ୍ଗଳାବାସୀଙ୍କ ସ୍ୱାର୍ଥ ପାଇଁ ସେମାନଙ୍କ ପ୍ରତିବଦ୍ଧତାରେ ବିଶ୍ୱାସ ପ୍ରକାଶ କରିଛି।
ସୂଚନାଯୋଗ୍ୟ, ଶନିବାର ପୂର୍ବାହ୍ନରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ନିର୍ବାଚନରେ ପ୍ରଥମ ଥର ବିଜେପି ସର୍ବାଧିକ ଆସନ ଜିତିଥିବା ବେଳେ ଟିଏମସି କୁ ନିରାଶ ହେବାକୁ ପଡିଛି। ବିଜେପି ୨୦୭ ଆସନ ଜିତି ବିଜୟୀ ହୋଇଛି।ଏବଂ ତୃଣମୂଳ କଂଗ୍ରେସକୁ ମିଳିଛି ମାତ୍ର ୮୦ ଆସନ।

