Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନବିଭାଗ କୁ ସଫଳତା, ଦୁଇ ଦେଶି ବନ୍ଧୁକ ଜବତ ସହ ୭ ଜଣଙ୍କୁ କୋର୍ଟ ଚାଲାଣ

ଜମନକିରା : ବନ ବିଭାଗର ବଡ଼ ଚଢ଼ାଉ। ୨ଟି ବେଆଇନ ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ସହ ୭ ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ବଣ୍ୟଜନ୍ତୁ ଶିକାର ଅଭିଯୋଗରେ ବାମରା ବନଖଣ୍ଡ ଅନ୍ତର୍ଗତ ବଡ଼ରମା ଫରେଷ୍ଟ ରେଞ୍ଜର ଉଡସିଂଘ ଗ୍ରାମର ୭ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ବିଭାଗ। ଟ୍ରାପ୍ କ୍ୟାମେରା ଫୁଟେଜ ଯାଞ୍ଚ ପରେ ବନ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଜଙ୍ଗଲ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଯାଇଥିଲା। ତେବେ ଗତ କିଛି ଦିନ ତଳେ କିଛି କ୍ୟାମେରା ଚୋରି ହୋଇଯାଇଥିବାରୁ ବିଭାଗ ତନାଘନା ଆରମ୍ଭ କରିଥିଲା। ଚୋରି ହୋଇନଥିବା କ୍ୟାମେରାର ଫୁଟେଜ ଯାଞ୍ଚ କରିବା ବେଳେ ଉଡସିଂଘ ଗ୍ରାମର କିଛି ଲୋକ ବନ୍ଧୁକ ଧରି ଜଙ୍ଗଲ ଭିତରକୁ ଯାଉଥିବା ଏବଂ ବଣ୍ୟଜନ୍ତୁ ଶିକାର କରୁଥିବା ଦୃଶ୍ୟ ବନ ବିଭାଗ ହାତରେ ଲାଗିଥିଲା। ଏହାପରେ ଗତକାଲି ରାତିରେ ବନ ବିଭାଗ ପକ୍ଷରୁ ଉଡସିଂଘ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୭ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୬ ଜଣଙ୍କୁ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ କରିଛି ବଣବିଭାଗ ସେମାନଙ୍କ ନିକଟରୁ ୨ଟି ଭର୍ତ୍ତି ବେଆଇନ ଦେଶୀ ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ବଣ୍ୟଜନ୍ତୁ ଶିକାର ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ବେଆଇନ ଶିକାର ଓ ଜଙ୍ଗଲ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ବନ ବିଭାଗର ଏହି ଚଢ଼ାଉକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ