Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ଜିଲ୍ଲା ସୌଣ୍ଡିକ ସଂଘ ର ସମ୍ମିଳନୀ..ଜନଗଣନା କୁ ସହଯୋଗ କରିବାକୁ ପ୍ରସ୍ତାବ….

କୋରାପୁଟ 10/06 ଇମିସ..କୋରାପୁଟ ଜିଲ୍ଲା ସୌଣ୍ଡିକ ସଂଘ ର ଏକ ଗୁରୁତ୍ୱ ପୁର୍ଣ ବୈଠକ ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ର ଶୋଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ନାରାୟଣ ବିଶୋଇ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ୧୧ ଟି ବ୍ଲକ ର ସଭାପତି, ସମ୍ପାଦକ ଙ୍କ ସମେତ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ଆରମ୍ଭ ରୁ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପୂଜାର୍ଚନା କରାଯାଇଥିଲା।କାର୍ଯ୍ୟକ୍ରମ ଆରମ୍ଭରୁ ପୂର୍ବ ବୈଠକ ର ବିବରଣୀ ପାଠ କରାଯିବା ସହ ବ୍ଲକ କମିଟି ଯେଉଁ ବ୍ଲକ ରେ କରାଯାଇନାହିଁ ସେଉପରେ ଆଲୋକପାତ କରାଯାଇଥିଲାଏପରିକି ମହିଳା ସଂଗଠନ ଗଠନ ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା
।ଚଳିତ ମାସ ୨୪ ତାରିଖ ଦିନ ଲକ୍ଷ୍ମୀପୁର ସଦର ମହାକୁମାରେ ବ୍ଲକ ର ୩ ହଜାର ରୁ ଉର୍ଦ୍ଧ ଲୋକଙ୍କ ର ଏକ ସମାବେଶ ଆୟୋଜନ ହେବାର ଅଛି, ଉକ୍ତ କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସଭାପତି ସୀପନ କୁମାର ଗୁପ୍ତା, ନିଖିଳ ଓଡିଶା ସୌଣ୍ଡିକ ସଂଘ ର ରାଜ୍ୟ ସଭାପତି ବିକ୍ରମ କିଶୋର ସାହୁ ,ରାଜ୍ୟ ଉପଦେଷ୍ଟା କଦଣ୍ଡ ଧର ଚୌଧୁରୀ ଙ୍କ ସମେତ ପ୍ରତ୍ୟକ ଜିଲ୍ଲା ର ସଭାପତି ଓ କର୍ମକର୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି… କାର୍ଯ୍ୟକ୍ରମ କୁ କିପରି ସଫଳ ରୂପାୟନ ଦିଆଯାଇପାରିବ ସେନେଇଁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ମନବଳ,ଧନବଳ ଓ ଜନବଳ ବିନା କୌଣସି ସଂଗଠନ ଆଗକୁ ଯିବା ସମ୍ଭବ ନୁହଁ, ତେଣୁ ଯୁବ ପିଢ଼ି ଜାଗ୍ରତ ପ୍ରହରୀ ହୋଇ ସଙ୍ଘଠନ ଆଗକୁ ନେବାକୁ ପ୍ରୟାସ କରାଯାଉ ବୋଲି ବରିଷ୍ଠ ସଦସ୍ୟ ମାଧବ ଚୌଧୁରୀ ପ୍ରକାଶ କରିଥିଲେ। ଲକ୍ଷ୍ମୀପୁର ସମାବେଶ କୁ ସଫଳତାର ସହ ଆୟୋଜନ କରିବା ସକାଶେ ସଭାପତି ମନୋଜ ସାହୁ ସମ୍ପାଦକ ହେମନ୍ତ ବିଶୋଇ,ଉପଦେଷ୍ଟା ପରମେଶ୍ୱର ସାହୁ ପ୍ରମୁଖ ଅଭିଭାଷଣ ଦେଇ ଜିଲ୍ଲା କର୍ମ କର୍ତା ଙ୍କ ସହଯୋଗ ଲଢ଼ିଥିଲେ।କାର୍ଯ୍ୟକ୍ରମ ରେ ଉପସଭାପତି ବୁଲୁ ଚୌଧୁରୀ,ସମ୍ପାଦକ କପିଳ ବିଶୋଇ,ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ମାନସ ବିଶୋଇ, ଯୁଗ୍ମ ସମ୍ପାଦକ ଏମ ଲକ୍ଷ୍ମୀ ନାରାୟଣ,ଉପଦେଷ୍ଟା ସିମାଞ୍ଚଳ ଚୌଧୁରୀ,ମୁରଲୀ ତୁଳ,ନକୁଳ ବିଶୋଇ, କୃଷ୍ଣ ଚନ୍ଦ୍ର ବିଶୋଇ, ସଂଜୀବ ରାଓ ପ୍ରମୁଖ ମଞ୍ଚାସିନ ରହିଥିଲେ।ଜିଲ୍ଲା ମହିଳା ସଭାନେତ୍ରୀ ମମତା ଚୌଧୁରୀ ଙ୍କୁ ଦକ୍ଷିଣ ପ୍ରାନ୍ତୀୟ ସଂଯୋଜିକା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସରକାର ଙ୍କ ତରଫରୁ ବର୍ତ୍ତମାନ ଜନଗଣନା ଚାଲୁ ରହିଥିବା ଯୋଗୁଁ ସମସ୍ତେ ସହଯୋଗ କରିବା ସହ ସଠିକ ତଥ୍ୟ ପ୍ରଦାନ କରିବା ସକାଶେ  ଅନୁରୋଧ କରାଯାଇଥିଲା… କାର୍ଯ୍ୟକ୍ରମ କୁ ପ୍ରତାପ ଚୌଧୁରୀ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ