Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ବସ ଧକ୍କାରେ ବାଇକ ଚାଳକ ଗୁରୁତ୍ତର, ଜଣେ ଆହତ

ଜମନକିରା : ଜମନକିରା ଥାନା ବଡ଼ରମା ପଞ୍ଚାୟତ ଜାତୀୟ ରାଜପଥ ୫୩ ଆମ୍ବଲାଙ୍ଗ ଛକ ନିକଟରେ ଏକ ଘରୋଇ ବସ ଧକ୍କାରେ ଗୌଡପାଲି ଫାଣ୍ଡି କୁଲୁଣ୍ଡି ଗାଁର ଦୀପକ ସିଂ (୩୨) ଗୁରୁତ୍ତର ଥିବା ବେଳେ ପଛରେ ବସିଥିବା ସେହି ଗାଁର କିଶୋର ସିଂ ( ୪୨) ଆହତ ହୋଇଛନ୍ତି। ଉଭୟଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ ପ୍ରଥମେ ଜମନକିରା ଡାକ୍ତରଖାନା ରେ ପ୍ରାଥମିକ ଚିକିସ୍ୟା ପରେ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ବେଳେ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଆଜି ଅପରାହ୍ନ ସାଢେ଼ ୪ ଟା ବେଳେ କୁଳୁଣ୍ଡି ଗାଁର ଦୀପକ ଓ କିଶୋର ଏକ ବାଇକ୍ ରେ ଜମନକିରା ରୁ ନିଜ ଗାଁକୁ ଫେରୁଥିବା ବେଳେ ଅପରାହ୍ନ ୫ ଟା ବେଳେ ଆମ୍ବଳାଙ୍ଗ ନିକଟ ରାଜରାସ୍ତା ୫୩ ନିକଟରେ ଏକ ଘରୋଇ ବସ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରୁ ଉଭୟ ଛିଟିକି ପଡିଥିଲେ। ଚାଳକ ଦୀପକ ସଙ୍କଟାପନ୍ନ ଥିବା ବେଳେ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଡାକ୍ତରଖାନା କୁ ଆଣି ପ୍ରାଥମିକ ଚିକିତ୍ସା କରେଇଥିଲେ। ପୋଲିସ ପହଞ୍ଚି ଆମ୍ବୁଲାନ୍ସରେ ବୁର୍ଲା ଡାକ୍ତରଖାନା କୁ ପଥେଇଥବା ଜଣାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ