ଲଗାତାର ଚୋରି କୁ ନେଇ ଥାନା ଘେରିଲେ ଶତାଧିକ ଗ୍ରାମବାସୀ ।
ପଟ୍ଟାଙ୍ଗି୧୫/୦୮କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସମ୍ବାଇ ପଞ୍ଚାୟତ ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମ ମାନଙ୍କରେ ମାତ୍ରା ଅଧିକ ଚୋରି ବଢି ଚାଲିଥିବା ନେଇ ଅସନ୍ତୋଷ ପ୍ରକାଶ କରି ଶତାଧିକ ଗ୍ରାମବାସୀ ସ୍ଥାନୀୟ ପୋଲିସ୍ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିବା ସହ ଚୋର କୁ ଧରିବା ପାଇଁ ଦାବି କରିଥିଲେ । ସୂଚନା ଅନୁଯାଇ ଆନ୍ଧ୍ର ସୀମା କୁ ଲାଗି ରହିଥିବା ସମ୍ବାଇ ପଞ୍ଚାୟତ ର ସୁନାବେଡା , ନୁଆଗୁଡା , ଅଲଜାଙ୍ଗଗୁଡା , ଗସବା ନାୟକ ଗୁଡା , କୁସୁମା , ବୁରୁଡିଗୁଡା , ମଣ୍ଡଳଗୁଡା , ଲେଞ୍ଜିଗୁଡୁ , ଫୁଲଗୁଡା , ବାଡାମଗୁଡା ପରି ୩୫ ଟି ଗ୍ରାମରେ ପଞ୍ଚାୟତ ର ଏକ ନିର୍ଦ୍ଦିଷ୍ଟ ଗ୍ରାମର କିଛି ଅସାମାଜିକ ଯୁବକ ଗତ କିଛି ମାସ ଧରି ଅସ୍ତ୍ରଶସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରି ଯୁବକ ଯୁବତୀ ଏବଂ ମହିଳା ମାନଙ୍କୁ ଅଶୀଳ ଭାଷାରେ ଗାଳି କରୁଥିବା ଅଭିଯୋଗ ନେଇ ଶୁକ୍ରବାର ଲୋକମାନେ ପଟ୍ଟାଙ୍ଗି ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ପୋଲିସ୍ କୁ ଘେରିଥିଲେ । ସେପଟେ ପୋଲିସ୍ କୁ ଗ୍ରାମବାସୀ ଦେଇଥିବା ଲିଖିତ ଅଭିଯୋଗ ରେ ଗତ ତା ୧୨/୦୭/୨୬ ରିଖ ଦିନ ଅଲଜାଙ୍ଗଗୁଡା ଗ୍ରାମର ପଦ୍ମନ ଗଲୋରୀ ପ୍ରାୟ ୦୯ଟା ସମୟରେ ବିଦ୍ୟାଳୟ କୁ ଯାଉଥିବା ସମୟରେ ମାରଧର କରୁଥିବା ଦେଖ୍ ନିକଟରେ ରହିଥିବା ଉକ୍ତ ଗ୍ରାମର ଲୋକମାନେ ଚାଷଜମି ରେ କାମ କରୁଥିବା ସମୟରେ ଦେଖ୍ ପାଟିତୁଣ୍ଡ କରିବା ରୁ ଗଲୋରୀ ଙ୍କୁ ଛାଡି ଘଟଣା ସ୍ଥଳରୁ ପଳାଇଥିଲେ । ସେହିପରି ତା ୧୩/୦୮/୨୬ ରିଖ ଦିନ ବୁରୁଡିଗୁଡା ଗ୍ରାମର ଅର୍ଜୁନ ପଡାଲ୍ କୁ ଚନ୍ଦକା ଆଶ୍ରମ ବିଦ୍ୟାଳୟ ନିକଟରୁ ପ୍ରାୟ ୧୫ଟି ମୋଟର ସାଇକେଲ ରେ ଆସି ଉଠାଇ ନେଇଥିଲେ । ଏହି ଘଟଣା କୁ ଦୃଷ୍ଟିରେ ରଖି ଆଜି ଶୁକ୍ରବାର ପୋଲିସ ନିକଟ ରେ ପହଞ୍ଚି ଲିଖିତ ଅଭିଯୋଗ କରି ଚୋର ମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଲୋକଙ୍କ ଦାବି କୁ ଦୃଷ୍ଟି ରେ ରଖି ରାତ୍ରି କାଳୀନ ପେଟ୍ରୋଲିଂ ଜୋରଦାର କରିବା ସହ ଅଭିଯୋଗ ଆସିଥିବା ସମ୍ପର୍କ ରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଙ୍କୁ ଥାନା ଅଧିକାରୀ ପ୍ରଭାତ ବେହେରା ପ୍ରତିଶୃତି ଦେଇଥିଲେ।

