ଅନୁଗୁଳ: ଜିଲ୍ଲାର ଆଠମଲ୍ଲିକରେ ଟଙ୍କା ଫେରସ୍ତ ମାଗିବାରୁ ମହକିଲଙ୍କୁ ମାଡ। ଓକିଲ ସଂଘସଭାପତି ଙ୍କ ସହ ତିନି ଜଣଙ୍କ ନାମରେ ମାମଲା ରଜୁ ହୋଇଛି। ଗାତତିନି ତାରିଖର ଏତଲା ଦାୟର ହୋଇ ଥିଲେହେ ଏପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିପାରିନି । ସମାନ ଘଟଣା ଆଉ କେହି ଘଟଇଥିଲେ ପୋଲିସ କଣ ଚୁପରହିଥାନ୍ତକି। ଏପରିକି ଏବିଷରେ ଗଣମଧ୍ୟମରେ ପ୍ରକାଶ ନହୋଇଥିବାରୁ ଲୋକେ ଗଣମଧ୍ୟମକୁ ସନ୍ଦେହ ଦୃଷ୍ଟିରେ ଦେଖିଲେଣି। ସୁଚନା ମୁତାବକ ଘଟଣା ଏହିଯେ। ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ର ତିତିରିକଟା ଗ୍ରାମର ଭାବଗ୍ରାହୀ ବେହେରା ନିଜର ଓକିଲ ଙ୍କ ଠାରୁ ମାଡ ଖାଇ ନ୍ୟାୟ ପାଇବା ଆଶାରେ ଆଠମଲ୍ଲିକ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଗତ 3.6.2023 ତାରିଖରୁ ଏତଲା ପାଇ ଆଠମଲ୍ଲିକ ପୋଲିସ କେସ ରଜୁ ହୋଇଥିଲେହେ ଘଟଣାରେ କାହାରିକୁ ଗିରଫ କରାଯାଇ ପାରିନାହିଁ। ଓକିଲ ସଂଘର ସଭାପତି ଙ୍କ ମାଡ଼ପିଟ ଘଟଣା ଧୀରେ ଧୀରେ ପ୍ରଘଟ ହେବା ପରେ ଆଠମଲ୍ଲିକ ସହରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆଇନଜୀବୀ ସୁଶାନ୍ତ ମହାପାତ୍ର ଜୈନିକ ବରିଷ୍ଠ ନେତାଙ୍କ ବଳରେ ବଳୀୟାନ ହୋଇ ଏହିପରି କାଣ୍ଡ ଭିଆଇ ଚାଲିଛନ୍ତି ବୋଲି ଆଲୋଚନା ହେଉଛି। ଏହା ପୂର୍ବରୁ ସବରେଜିଷ୍ଟ୍ରେସନ କାର୍ଯ୍ୟାଳୟ ରେ ପଶି କବାଟ ଝରକା ଭାଙ୍ଗିବା ସହିତ କମ୍ପୁଟର ଆଦି ଭାଙ୍ଗିବା କର୍ଯ୍ୟରତ ଅତିରିକ୍ତ ତହସିଲଦାର ଙ୍କୁ ଧକ୍କା ମୁକ୍କା ମାରିବା ଆଦି ଘଟଣା ଘଟାଇଥିଲେ। ବରିଷ୍ଠ ନେତାଙ୍କ ଠାରୁବଳ ପାଇ ଶ୍ରୀ ମହାପାତ୍ର ଏପରି କାଣ୍ଡ ଘଟାଉଥିବାରୁ ସେହି ନେତାଙ୍କ କାର୍ଯ୍ୟକଳାପ ପ୍ରତି ଜନ ସାଧାରଣ ଙ୍କ ମଧ୍ୟରେ ନାନା ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି। ତେବେ ଆଇନଜୀବୀ ଙ୍କ ଦ୍ଵାରା ନିଜର ମହାକିଲ ଙ୍କୁ ମାଡ଼ ମରାଯାଇଥିବା ଘଟଣାଟିକୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଉଛି। ମାଧପୁର ପଂଚାୟତ ତିତିରିକଟା ଗ୍ରାମର ଭାବଗ୍ରାହୀ ବେହେରା ଗତ ଏକ ବର୍ଷ ପୂର୍ବେ ଜମିବାଡ଼ି ସଂକ୍ରାନ୍ତୀୟ କେସ କରିବା ପାଇଁ ଓକିଲ ସଂଘ ସଭାପତି ସୁଶାନ୍ତ ମହାପାତ୍ର ଙ୍କୁ ସମସ୍ତ କାଗଜ ପତ୍ର ସହିତ ଓକିଲ ଶ୍ରୀ ମହାପାତ୍ର ଙ୍କ ଦାବି ମୁତାବକ ଫିସ ବାଵଦରେ ୪୦,୦୦୦ ଟଙ୍କା ଦେଇଥିଲେ।ଇତି ମଧ୍ୟରେ ଏକ ବର୍ଷ ବିତି ଯାଇଥିଲେ ହେଁ କେସ ରେ କୌଣସି ଅଗ୍ରଗତି ନ ହେବାରୁ ଭାବଗ୍ରାହୀ ଗତ ୩୧ ତାରିଖରେ ତାଙ୍କର ଓକିଲ ଶ୍ରୀ ମହାପାତ୍ର ଙ୍କୁ କାଗଜପତ୍ର ସହିତ ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ।
ତେବେ ଏଥିରେ ଉତ୍କ୍ଷିପ୍ତ ହୋଇ ଓକିଲ ମହାକିଲଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରି ବିଦା କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଫୋନ ମଧ୍ୟମରେ କାଗଜପତ୍ର ଓ ଟଙ୍କା ଫେରସ୍ତ ନେବାପାଇଁ ଓକିଲ ଡାକିବାରୁ ଭାବଗ୍ରାହୀଙ୍କୁ ଗତ ଦୁଇ ତାରିଖ ଦିନ ପୂର୍ବାହ୍ନ ୧୧ଟା ୩୦ ମିନିଟ ସମୟରେ କୋର୍ଟ ପରିସରରେ ପହଞ୍ଚିଥିଲେ।ଭାବଗ୍ରାହୀଙ୍କୁ ଓକିଲ ଅଳ୍ପ ଦୂରକୁ ଡାକିନେଇ ତାଙ୍କର ଜଣେ ଓକିଲ ସହଯୋଗୀ ଓ ଅନ୍ୟ ଜଣେ ସହଯୋଗୀ ଙ୍କ ସହିତ ତିନି ଜଣ ମିଶି ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିବା ସହିତ ମୁଣ୍ଡରେ ଓ ପିଠିରେ ବିଧା ଓ ମୁଥ ମାଡ଼ କରିଥିଲେ।ଭାବଗ୍ରାହୀ ଙ୍କୁ ଜୀବନରେ ମାରି ଦେବାର ଧମକ ଦେଇ ପିଟାମରା କରୁଥିବା ବେଳେ ଭାବଗ୍ରାହୀ ଦୌଡ଼ି ଥାନାରେ ଅଭିଯୋଗ କରିଥିଲେ ବୋଲି ଏତଲା ରୁ ଜଣାଯାଇଛି।ଏତଲା ପାଇ ଆଠମଲ୍ଲିକ ପୋଲିସ କେସ ନଂ ରେ – ୧୨୪ ତା’୦୩/୦୬/୨୦୨୩ ରେ ଏକ ମାମଲା ରଜୁ କରି ଭାବଗ୍ରାହୀ ର ଡାକ୍ତରୀ ପରୀକ୍ଷା କରି ତଦନ୍ତ ଜାରି ରହିଥିବାର ଜଣା ପଡିଛି।