Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ ଦିବସୀୟ ନୂଆଖାଇ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଗଣ୍ଡ ବ୍ରଦର୍ସ ଚମ୍ପିଆନ

ଝାରସୁଗୁଡ଼ା ୧୫/୯ (ଓଡ଼ିଶା ନ୍ୟୁଜ): ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ହାଇସ୍କୁଲ ଖେଳ ପଡ଼ିଆରେ ସ୍ଥାନୀୟ ସଚେତନ ଯୁବ ସମାଜ ପକ୍ଷରୁ ଏକ ଦିବସୀୟ ନୂଆଖାଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇ ଯାଇଛି। ନୂଆଖାଇ ଅବସରରେ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତାକୁ ନେଇ ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ରେ ମୁଣ୍ଡା ଇଲେଭେନ୍‌ ଓ ଗଣ୍ଡ ବ୍ରଦର୍ସ ପରସ୍ପରକୁ ଭେଟିଥିଲେ। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ମୁଣ୍ଡା ଇଲେଭେନ୍‌କୁ ପରାସ୍ତ କରି ଗଣ୍ଡ ବ୍ରଦର୍ସ ଚମ୍ପିୟାନ ହୋଇଥିଲା।
ଉଦ୍‌ଘାଟନୀ ଉତ୍ସବରେ ସମାଜସେବୀ ପିକୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ସେହିପରି ପୁରସ୍କାର ବିତରଣୀ ଉତ୍ସବରେ ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ମୁଖ୍ୟ ଅତିଥି, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ ମୁଖ୍ୟବକ୍ତା ଏବଂ ସମାଜସେବୀ ପିକୁ ମିଶ୍ର ଓ ପୂର୍ଣ୍ଣାନନ୍ଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଅତିଥି ମାନେ ବିଜେତା ଗଣ୍ଡ ବ୍ରଦର୍ସ ଓ ଉପବିଜେତା ମୁଣ୍ଡା ଇଲେଭେନ୍‌ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ମହେନ୍ଦ୍ର ବଗର୍ତ୍ତି, ଅଭିଳାଷ ସାହୁ, ଗିରିଶ ପ୍ରଧାନ ଓ ତିଣ୍ଟିଶ ବାରୁ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ। ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସଫଳ କରିବାରେ ସ୍ଥାନୀୟ ସଚେତନ ଯୁବ ସମାଜର ସମସ୍ତ ସଦସ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories